ଜୋରିମାନା ଦେଇନଥିବା ଖଣି ମାଲିକ ସାବଧାନ, ହାତରୁ ଚାଲିଯିବ ସବୁ ସମ୍ପତ୍ତି

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋରିମାନା ଅର୍ଥ ଦେଉ ନଥିବା ଖଣିମାଲିକଙ୍କ ପାଇଁ ସତର୍କ ଘଣ୍ଟି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟଙ୍କା ଆଦାୟ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଜୋରିମାନା ଅର୍ଥ ପୈଠ ନକଲେ ଖଣି ମାଲିକଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ଜିଲ୍ଲାପାଳମାନେ ଖିଲାପି ଖଣି ମାଲିକଙ୍କ ବିରୋଧରେ ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ (ଓପିଡିଆର୍&zwnj;) ରେ ମାମଲା କରିବେ। ୫୬ ଖିଲାପି ଖଣିମାଲିକ ମଧ୍ୟ କାହାର କେତେ ସଂପତ୍ତି ଅଛି, କେତେ ବ୍ୟାଙ୍କ ବାଲାନ୍ସ ଅଛି ତାର ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ସ୍ତରରେ ଟାକ୍ସଫୋର୍ସ କମିଟି ବି ଗଠନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୩୭ଟି ଖଣି ମାଲିକଙ୍କ ପାଖରୁ ୧୭ ହଜାର କୋଟି ଆଦାୟ ପାଇଁ ସରକାର ପ୍ରଥମେ ନୋଟିସ ଦେଇଥିଲେ। ତେବେ ୮୧ ଜଣ ଖଣିମାଲିକ ଏବେ ସୁଦ୍ଧା୧୧ ହଜାର ୬୨୧ କୋଟି ଟଙ୍କା ପଇଠ କରିଛନ୍ତି। ବାକି ୫୬ ଜଣଙ୍କ ମଧ୍ୟରୁ ୧୩ ଜଣ ଅଳ୍ପ କିଛି ଟଙ୍କା ଦେଇଛନ୍ତି। କିନ୍ତୁ ସରକାର ସମସ୍ତ ଖିଲାପି ୫୬ ଜଣ ଖଣିମାଲିକଙ୍କୁ କାହିଁକି ସେମାନଙ୍କ ଖଣି ଲିଜ ବାତିଲ ନ ହେବ ସେ ନେଇ କାରଣ ଦର୍ଶାଅ ନୋଟିସ ଦେବେ। ୬୦ ଦିନ ମଧ୍ୟରେ ନୋଟିସର ସନ୍ତୋଷଜନକ ଉତ୍ତର ନ ମିଳିଲେ କିମ୍ବା ଟଙ୍କା ଫଇଠ ନ କଲେ ସଂପତ୍ତି ବ୍ୟାଜାପ୍ତି ହେବ।</p> <p>ଏପଟେ ଖଣି ମାଲିକଙ୍କ ପାଖରେ ବି ଆଉ କୌଣସି ବିକଳ୍ପ ନ ଥିବାରୁ ବାକି ଥିବା ୭୬୮୯ କୋଟି ଟଙ୍କା ପଇଠ କରିବାକୁ ସେମାନେ ବାଧ୍ୟ ହେବେ। ଅଗଷ୍ଟ ୨ ର ନିର୍ଦ୍ଦେଶ ପରେ ଖଣି ମାଲିକ ସଂଘ ଜୋରମାନାରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟରେ ବାରମ୍ବାର ଆବେଦନ କରିଥିଲେ ବି ନିରାଶ ହୋଇଛନ୍ତି। ସେପଟେ ଏବେ ଲିଜ ବାତିଲ ପାଇଁ ୬୦ ଦିନର ମହଲତ ଥିବାରୁ ଏହି ସମୟ ଭିତରେ&nbsp; ବକେୟା ଜରିମାନା ଟଙ୍କା ପଇଠ କରିଦିଆଯିବ ବୋଲି ଖଣିମାଲିକ ସଂଘ କହିଛି।</p>

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 08:57 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋରିମାନା ଅର୍ଥ ଦେଉ ନଥିବା ଖଣିମାଲିକଙ୍କ ପାଇଁ ସତର୍କ ଘଣ୍ଟି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟଙ୍କା ଆଦାୟ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଜୋରିମାନା ଅର୍ଥ ପୈଠ ନକଲେ ଖଣି ମାଲିକଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ଜିଲ୍ଲାପାଳମାନେ ଖିଲାପି ଖଣି ମାଲିକଙ୍କ ବିରୋଧରେ ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ (ଓପିଡିଆର୍&zwnj;) ରେ ମାମଲା କରିବେ। ୫୬ ଖିଲାପି ଖଣିମାଲିକ ମଧ୍ୟ କାହାର କେତେ ସଂପତ୍ତି ଅଛି, କେତେ ବ୍ୟାଙ୍କ ବାଲାନ୍ସ ଅଛି ତାର ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ସ୍ତରରେ ଟାକ୍ସଫୋର୍ସ କମିଟି ବି ଗଠନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୩୭ଟି ଖଣି ମାଲିକଙ୍କ ପାଖରୁ ୧୭ ହଜାର କୋଟି ଆଦାୟ ପାଇଁ ସରକାର ପ୍ରଥମେ ନୋଟିସ ଦେଇଥିଲେ। ତେବେ ୮୧ ଜଣ ଖଣିମାଲିକ ଏବେ ସୁଦ୍ଧା୧୧ ହଜାର ୬୨୧ କୋଟି ଟଙ୍କା ପଇଠ କରିଛନ୍ତି। ବାକି ୫୬ ଜଣଙ୍କ ମଧ୍ୟରୁ ୧୩ ଜଣ ଅଳ୍ପ କିଛି ଟଙ୍କା ଦେଇଛନ୍ତି। କିନ୍ତୁ ସରକାର ସମସ୍ତ ଖିଲାପି ୫୬ ଜଣ ଖଣିମାଲିକଙ୍କୁ କାହିଁକି ସେମାନଙ୍କ ଖଣି ଲିଜ ବାତିଲ ନ ହେବ ସେ ନେଇ କାରଣ ଦର୍ଶାଅ ନୋଟିସ ଦେବେ। ୬୦ ଦିନ ମଧ୍ୟରେ ନୋଟିସର ସନ୍ତୋଷଜନକ ଉତ୍ତର ନ ମିଳିଲେ କିମ୍ବା ଟଙ୍କା ଫଇଠ ନ କଲେ ସଂପତ୍ତି ବ୍ୟାଜାପ୍ତି ହେବ।</p><p>ଏପଟେ ଖଣି ମାଲିକଙ୍କ ପାଖରେ ବି ଆଉ କୌଣସି ବିକଳ୍ପ ନ ଥିବାରୁ ବାକି ଥିବା ୭୬୮୯ କୋଟି ଟଙ୍କା ପଇଠ କରିବାକୁ ସେମାନେ ବାଧ୍ୟ ହେବେ। ଅଗଷ୍ଟ ୨ ର ନିର୍ଦ୍ଦେଶ ପରେ ଖଣି ମାଲିକ ସଂଘ ଜୋରମାନାରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟରେ ବାରମ୍ବାର ଆବେଦନ କରିଥିଲେ ବି ନିରାଶ ହୋଇଛନ୍ତି। ସେପଟେ ଏବେ ଲିଜ ବାତିଲ ପାଇଁ ୬୦ ଦିନର ମହଲତ ଥିବାରୁ ଏହି ସମୟ ଭିତରେ&nbsp; ବକେୟା ଜରିମାନା ଟଙ୍କା ପଇଠ କରିଦିଆଯିବ ବୋଲି ଖଣିମାଲିକ ସଂଘ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos