ପ୍ରଲୋଭନ ଦେଖାଇ ନାବାଳିକାଙ୍କ ଇଜ୍ଜତ ନେଲେ: ଏବେ…

ମୋହନା( ଓଡ଼ିଶା ରିପୋର୍ଟର): ପୁଣି ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ। ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଏବଂ ଗର୍ଭବତୀ କରାଇ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତର ନାଁ ସରୋଜ ମଲ୍ଲିକ। ସେ ବିବାହିତ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ସଂପୃକ୍ତ ପୀଡ଼ିତା ୫ ମାସର ଗର୍ଭବତୀ ଅଛନ୍ତି। ଏନେଇ ଚାଇଲ୍ଡ ଲାଇନ ଖବର ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର କରିଛି। ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।