ବ୍ୟାକଫୁଟରେ ସରକାର, ଖଣି ନେବା ନିଷ୍ପତ୍ତିରୁ ଓହରିଲେ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁ ଖଣିଜ ସମ୍ପଦ ପରିପୂର୍ଣ୍ଣ ଖଣିଗୁଡ଼ିକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଇଞ୍ଜିନିୟରିଂ ବିଭାଗ ହାତରେ ଟେକି ଦେବା ପାଇଁ ସରକାରୀସ୍ତରରେ ହୋଇଥିବା ଷଡ଼ଯନ୍ତ୍ର ଫସର ଫାଟିଛି। ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ବ୍ୟାକଫୁଟକୁ ଆସିଛନ୍ତି। ଆଉ ଏକ ଉଚ୍ଚସ୍ତରୀୟ ବୈଠକରେ ଖଣି ଲିଜ୍ ନେବାକୁ ସମସ୍ତ ଇଞ୍ଜିନିୟରିଂ ବିଭାଗ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏହି ଲଘୁ ଖଣିଜସମ୍ପଦ ପରିପୂର୍ଣ୍ଣ ଖଣିଗୁଡ଼ିକର ପରିଚାଳନା ଓ […]

mines-2-1-1

mines-2-1-1

Tapas Behera
  • Published: Wednesday, 20 November 2019
  • Updated: 20 November 2019, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁ ଖଣିଜ ସମ୍ପଦ ପରିପୂର୍ଣ୍ଣ ଖଣିଗୁଡ଼ିକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଇଞ୍ଜିନିୟରିଂ ବିଭାଗ ହାତରେ ଟେକି ଦେବା ପାଇଁ ସରକାରୀସ୍ତରରେ ହୋଇଥିବା ଷଡ଼ଯନ୍ତ୍ର ଫସର ଫାଟିଛି। ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ବ୍ୟାକଫୁଟକୁ ଆସିଛନ୍ତି। ଆଉ ଏକ ଉଚ୍ଚସ୍ତରୀୟ ବୈଠକରେ ଖଣି ଲିଜ୍ ନେବାକୁ ସମସ୍ତ ଇଞ୍ଜିନିୟରିଂ ବିଭାଗ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏହି ଲଘୁ ଖଣିଜସମ୍ପଦ ପରିପୂର୍ଣ୍ଣ ଖଣିଗୁଡ଼ିକର ପରିଚାଳନା ଓ ଉତ୍ତୋଳନ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ସହମତି ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅକ୍ଟୋବର ୩୧ତାରିଖରେ ବିଭିନ୍ନ ଇଞ୍ଜିନିୟରିଂ ବିଭାଗ ଯଥା- ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ସରକାରୀ ସଂସ୍ଥାଗୁଡ଼ିକ ନାଁରେ ଯେକୌଣସି ଲଘୁ ଖଣିଜ ସମ୍ପଦଭରା ଖଣିକୁ ଲିଜ୍ ନେବା ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ଓଡ଼ିଶା ମାଇନର ମିନେରାଲ କନ୍ସସେସନ୍ ରୁଲସ-୨୦୧୬ର ରୁଲ-୩୯ର ପ୍ରାବଧାନ ଅନୁସାରେ ଖଣି ଲିଜ୍ ପାଇଁ ଆବଶ୍ୟକ ନିର୍ଦ୍ଧାରିତ ଫର୍ମାଟରେ ରାଜସ୍ୱ ବିଭାଗକୁ ଆବେଦନ ନିମନ୍ତେ ସମ୍ପୃକ୍ତ ଇଞ୍ଜିନିୟରିଂ ବିଭାଗଗୁଡ଼ିକୁ କୁହାଯାଇଥିଲା। ଏସବୁ ଖଣିର ଲିଜ୍ ୩୦ବର୍ଷ ପାଇଁ ଦିଆଯିବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା। କିନ୍ତୁ ଅଧିକାଂଶ ଇଞ୍ଜିନିୟରିଂ ବିଭାଗ ପାଖରେ ଖଣିଜ ସାମଗ୍ରୀ ଉତ୍ତୋଳନ ଓ ପରିବହନ ନିମନ୍ତେ ଆବଶ୍ୟକ ମାନବ ସମ୍ବଳ ଓ ଉପକରଣ ନଥିବାବେଳେ ଖଣି ଓ ଇସ୍ପାତ ବିଭାଗର ଏଭଳି ଚିଠି ପରୋକ୍ଷରେ କିଛି ନିର୍ଦ୍ଧିଷ୍ଟ ନେତା ଓ ଅଫିସରଙ୍କ ବ୍ୟାଙ୍କ ବାଲାନ୍ସ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ବୋଲି ‘ଓଡ଼ିଶା ରିପୋର୍ଟର’ ଗତ ନଭେମ୍ବର ୫ତାରିଖରେ ଏକ ଆଶଙ୍କାମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଦଳୀୟ ନେତା ଓ କିଛି ଅଫିସର ଯେଭଳି ଏସବୁ ଖଣିର ସବଲିଜ୍ ଅବା ଠିକାଦାରୀ ନିଜର ସମ୍ପର୍କୀୟମାନଙ୍କୁ ଦେଇପାରିବେ ସେଥିପାଇଁ ଏଭଳି ଗଳାବାଟ ବାହାର କରାଯାଇଥିବା ରିପୋର୍ଟରେ ଆଶଙ୍କା କରାଯାଇଥିଲା।

ତେବେ ନଭେମ୍ବର ୭ତାରିଖରେ ଉପରୋକ୍ତ ସମସ୍ତ ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଦିଆଯାଇଥିବା ଖଣି ଲିଜ୍ ସମ୍ପର୍କିତ ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ସମସ୍ତ ବିଭାଗ ଏଭଳି ଭାବେ ଖଣି ଲିଜ୍ ଓ ପରିଚାଳନାକୁ ନେଇ ନିଜର ଅସମର୍ଥତା ଜଣାଇଥିଲେ। ଖଣି ପରିଚାଳନା ନିମନ୍ତେ ଆବଶ୍ୟକ ମାନବସମ୍ବଳ ଉପଲବ୍ଧ ନଥିବା, ଆନ୍ତଃ ଜିଲ୍ଲାସ୍ତରରେ ଖଣିଜ ସାମଗ୍ରୀ ପରିବହନ ଓ କାରବାରରେ ସମସ୍ୟା, ଲଘୁଜାତ ଖଣିଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ଷ୍ଟକ ଆକାଉଣ୍ଟ୍ ପରିଚାଳନା ଆଦିକୁ ନେଇ ବିଭାଗୀୟ ଯନ୍ତ୍ରୀମାନେ ସେମାନଙ୍କର ଅକ୍ଷମତା ପ୍ରକଟ କରିଥିଲେ।

ଓଡ଼ିଶା ଖଣି ନିଗମ ଏସବୁ କାରବାର ପାଇଁ ସକ୍ଷମ ଓ ଅଭିଜ୍ଞତା ଥିବାରୁୁ ସମସ୍ତ ଲଘୁଜାତ ସାମଗ୍ରୀ ବିଶିଷ୍ଟ ଖଣିର ଖନନ ଓ ବିକ୍ରି କାର୍ଯ୍ୟ ତା’ଉପରେ ନ୍ୟସ୍ତ ପାଇଁ ସହମତି ହୋଇଛି। ବିଭିନ୍ନ ଇଞ୍ଜିନିୟରିଂ ବିଭାଗଠୁ ପ୍ରକଳ୍ପ କାର୍ଯ୍ୟର ଠିକା ନେଉଥିବା ଠିକାଦାରମାନେ ସେମାନଙ୍କର ଆବଶ୍ୟକ ଲଘୁ ଖଣିଜ ସାମଗ୍ରୀକୁ ଓଡ଼ିଶା ଖଣି ନିଗମଠୁ ସିଧାସଳଖ କ୍ରୟ କରିବେ। ଆଉ ସେଥିପାଇଁ ଆବଶ୍ୟକ ସହଯୋଗ ଉପରୋକ୍ତ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story