କେନ୍ଦ୍ରାପଡ଼ା ସମେତ ୩ ଉପକୂଳ ଜିଲ୍ଲାରେ ନାହିଁ ଗୋଟିଏ ବି ସରକାରୀ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଜିଲ୍ଲାଗୁଡ଼ିକରେ ଉଚ୍ଚଶିକ୍ଷାର ନଗ୍ନ ଚିତ୍ର ପଦାରେ ପଡ଼ିଛି। ସମଗ୍ର ରାଜ୍ୟରେ ୫୨ଟି ସରକାରୀ କଲେଜ ଥିବାବେଳେ ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ବି ସରକାରୀ କଲେଜ ନାହିଁ। ଆଜି ବିଧାନସଭାରେ ଭାରପ୍ରାପ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକଥା ସ୍ୱୀକାର କରିଛନ୍ତି। ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ […]

odisha-may-have-to-return-18-crore-to-centre-for-inordinate-delay-in-completing-3-model-degree-colleges

Manoranjan Sial
  • Published: Wednesday, 17 July 2019
  • , Updated: 17 July 2019, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଜିଲ୍ଲାଗୁଡ଼ିକରେ ଉଚ୍ଚଶିକ୍ଷାର ନଗ୍ନ ଚିତ୍ର ପଦାରେ ପଡ଼ିଛି। ସମଗ୍ର ରାଜ୍ୟରେ ୫୨ଟି ସରକାରୀ କଲେଜ ଥିବାବେଳେ ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ବି ସରକାରୀ କଲେଜ ନାହିଁ। ଆଜି ବିଧାନସଭାରେ ଭାରପ୍ରାପ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକଥା ସ୍ୱୀକାର କରିଛନ୍ତି।

ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ସରକାରୀ କଲେଜ ନାହିଁ। ଏହି ଜିଲ୍ଲାଗୁଡ଼ିକରେ ସରକାରୀ କଲେଜ ଖୋଲିବା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ମୋଟ ୫୨ଟି ସରକାରୀ କଲେଜ ଅଛି। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫ଟି ଲେଖାଏ ସରକାରୀ କଲେଜ ଅଛି। ଅନୁଗୋଳ, ଯାଜପୁର, ବରଗଡ଼, ଭଦ୍ରକ, ବୌଦ୍ଧ, କନ୍ଧମାଳ, ଦେବଗଡ଼,ନୟାଗଡ଼, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ଗୋଟିଏ ଲେଖାଁଏ ସରକାରୀ କଲେଜ ରହିଛି।

Related story