କହିଲେ, ବ୍ରାହ୍ମଣ ଜାତି ଶ୍ରେଷ୍ଠ

Ordigital Desk
  • Published: Thursday, 21 December 2017
  • , Updated: 21 December 2017, 09:34 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାହ୍ମଣଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ କୃଷିମନ୍ତ୍ରୀ ଦାମୋଦର ରାଉତ। ନିଜ ଫେସ୍&zwnj;ବୁକ ସାଇଡ୍&zwnj;ରେ ଏକ ଭିଡିଓ ପୋଷ୍ଟ କରି ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, &ldquo;ଅର୍ଥକୁ ଅନର୍ଥ କରି ସମ୍ମାନସ୍ପଦ ବ୍ରାହ୍ମଣ ସମାଜକୁ ନିନ୍ଦିତ କରାଯିବାର ଯେଉଁ ପ୍ରୟାସ କରାଯାଇଛି ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି।&nbsp; ବ୍ରାହ୍ମଣ ହେଉଛନ୍ତି ଶ୍ରେଷ୍ଠ ଜାତି। ସେମାନଙ୍କୁ ଆମେ ସମ୍ମାନ କରୁ। ମୁଁ ବ୍ରାହ୍ମଣ ଜାତିକୁ କିଛି କହି ନାହିଁ। ଏପରି ଯେଉଁ ଭୁଲ୍ କଥା ପ୍ରଚାର କରାଯାଉଛି ତାହା ରଜନୈତିକ ଉଦ୍ଦେଶ୍ୟରେ କରାଯାଉଛି।&rdquo;</p> <p>ସୂଚନାଯୋଗ୍ୟ, ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ମନ୍ତ୍ରୀ ଦାମୋଦର ରାଉତଙ୍କ ବ୍ରାହ୍ମଣଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କ୍ଷମାପ୍ରାର୍ଥନା ଦାବିରେ ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାହ୍ମଣ ସମାଜ ରାସ୍ତାକୁ ଓହ୍ଲାଇଥିଲେ। ମାତ୍ର ଦାମ କ୍ଷମା ମାଗିବେ ନାହିଁ ବୋଲି ଗତକାଲି ରୋକଠୋକ୍&zwnj; ଭାବେ କହିଥିଲେ।</p>

Related story