ଭୋଟ ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ୟାକେଜ୍‌ ଘୋଷଣା: ଦେବେ ୩୫ ଲକ୍ଷ ! ଶୁଣନ୍ତୁ କ’ଣ କହୁଛନ୍ତି ସେ

ସାଲେପୁର(ଓଡ଼ିଶା ରିପୋର୍ଟର):ଭୋଟରଙ୍କୁ ପ୍ରଲୋଭିତ କରିବାକୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଖୋଲା ଅଫର ଘୋଷଣା ଅଭିଯୋଗ । ସାଲେପୁରର ମାଳଠାରେ ଆୟୋଜିତ ବିଜେଡି ସଭାରେ ଭୋଟ୍ ପାଇଁ ଟଙ୍କା ଲୋଭ ଦେଖାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଛନ୍ତି । ଏହି ଅର୍ଥ […]

pratap

Tapas Behera
  • Published: Wednesday, 13 March 2019
  • , Updated: 13 March 2019, 10:09 PM IST

ସାଲେପୁର(ଓଡ଼ିଶା ରିପୋର୍ଟର):ଭୋଟରଙ୍କୁ ପ୍ରଲୋଭିତ କରିବାକୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଖୋଲା ଅଫର ଘୋଷଣା ଅଭିଯୋଗ । ସାଲେପୁରର ମାଳଠାରେ ଆୟୋଜିତ ବିଜେଡି ସଭାରେ ଭୋଟ୍ ପାଇଁ ଟଙ୍କା ଲୋଭ ଦେଖାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଛନ୍ତି । ଏହି ଅର୍ଥ ନିର୍ବାଚନ ପରେ ବିଧାୟକ ପାଣ୍ଠିରୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।

ଏହି ଘୋଷଣା ବେଳେ ଉପସ୍ଥିତ ସାମ୍ବାଦିକଙ୍କୁ ସେ ମୋବାଇଲ ଓ କ୍ୟାମେରା ବନ୍ଦ୍ କରିବାକୁ ବାରମ୍ବାର ତାଗିଦ କରିଥିଲେ। ତେବେ ଏହାର ଭିଡିଓ ହସ୍ତଗତ ହୋଇ ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଟଙ୍କା ଅଫର ଘୋଷଣାର ଅଡିଓ ରେକର୍ଡ ଓଟିଭିର ହସ୍ତଗତ ହୋଇଛି । ଏ ନେଇ ପ୍ରତାପ ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

https://youtu.be/9jV8rl26RVI

Related story