ସ୍କୁଲ୍ ଖୋଲିବା ପରେ କ'ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜି ରାଜ୍ୟରେ ଖୋଲିଛି ସ୍କୁଲ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା କିଛି ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ପିଲାମାନେ ଆଗ୍ରହର ସହ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିଲେ। ଏହାଛଡ଼ା […]

sameer

Ranjit Kumar Jena
  • Published: Friday, 08 January 2021
  • , Updated: 08 January 2021, 12:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜି ରାଜ୍ୟରେ ଖୋଲିଛି ସ୍କୁଲ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା କିଛି ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ଏହି ଅବସରରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ପିଲାମାନେ ଆଗ୍ରହର ସହ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିଲେ। ଏହାଛଡ଼ା ଅଭିଭାବକଙ୍କ ଯାହା SOP ଥିଲା, ତାକୁ ଆଖି ଆଗରେ ରଖି ଆମେ କାହାକୁ ସ୍କୁଲ ବା କଲେଜକୁ ଆସିବା ପାଇଁ ବାଧ୍ୟ କରିନାହୁଁ। ତେଣୁ ଯେଉଁମାନେ ସ୍କୁଲ ଆସିବେ, ସେମାନଙ୍କୁ ଅଭିଭାବକଙ୍କ ସହମତି ଆଣିବାକୁ କୁହାଯାଇଥିଲା। ଆଜି ମଧ୍ୟ ଯେଉଁ ପିଲାମାନେ ସ୍କୁଲ ଆସିଛନ୍ତି, ସେମାନେ ସାମାଜିକ ଦୂରତା ଅବଲମ୍ବନ କରି ଧାଡ଼ିରେ ଛିଡ଼ା ହୋଇ କାଉଣ୍ଟରରେ ଅବିଭାବକଙ୍କ ସହମତି ଦେଇଛନ୍ତି। ଯେହେତୁ ଗତକାଲି ପିଲାମାନଙ୍କ ପକ୍ଷେ ଅଭିଭାବକଙ୍କର ସହମତି ପତ୍ର ଦେବା ସମ୍ଭବ ନଥିଲା, ତେଣୁ ଆଜି ପିଲାମାନେ ଏହାକୁ ଦାଖଲ କରିଛନ୍ତି ଏବଂ ଆସନ୍ତାକାଲିଠାରୁ ଶ୍ରେଣୀଗୃହ ଆରମ୍ଭ ହେବ।

ମନ୍ତ୍ରୀ ଆହୁରି କହିଛନ୍ତି, ଅନଲାଇନରେ ଯେଉଁ ପାଠପଢ଼ା ହୋଇଥିଲା, ସେହି କୋର୍ସକୁ ପୁଣିଥରେ ଅଫଲାଇନରେ ଆରମ୍ଭ କରାଯିବ। ସମସ୍ତ କୋର୍ସକୁ ଆମେ ୧୦୦ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛୁ। ଏହାଛଡ଼ା ଏଣିକି ପ୍ରତି ରବିବାର ମଧ୍ୟ କ୍ଲାସ୍ ହେବ। ଆଜି ଆମର ସବୁ ଜିଲ୍ଲାକୁ ନୋଡାଲ୍ ଅଫିସର୍ ଯାଇଛନ୍ତି। ଯେହେତୁ ଆଜି ସ୍କୁଲ୍ ଖୋଲୁଛି, ତେଣୁ ଆଜି ମଧ୍ୟ ସବୁ ସ୍କୁଲ ଓ କଲେଜକୁ ଅଫିସରମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଛନ୍ତି। ସ୍କୁଲ ଓ କଲେଜରେ କ'ଣ ସବୁ ଅଭାବ ରହିଛି, ସେସବୁର ତଦାରଖ କରିବେ।

ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କର ମୂଳ ନିର୍ଦ୍ଦେଶ ଥିଲା ଯେ ପିଲାମାନଙ୍କର ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ସେସବୁ ଏସଓପିକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ।

ସୂଚନାଯୋଗ୍ୟ, କରୋନା ଯୋଗୁ ଦୀର୍ଘ ୯ ମାସ ପରେ ସ୍କୁଲ ଖୋଲିଛି। ସ୍କୁଲରେ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୂରା କ୍ୟାମ୍ପସ୍‌କୁ ସାନିଟାଇଜ୍ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ କରାଯାଇଛି। ପ୍ରତି କ୍ଲାସ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟକ୍ରମେ କରାଯିବ। ପ୍ରଥମ ଦିନରୁ ହିଁ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସିଟ୍‌ରେ ଛାତ୍ରଛାତ୍ରୀ ବସିବେ। ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ାଯିବ।

ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍‌ରେ କରାଯାଇଥିବା ଆଇସୋଲେସନ୍ ରୁମ୍‌ରେ ରଖି ନିକଟସ୍ଥ ମେଡିକାଲ ଟିମ୍‌କୁ ସୂଚନା ଦେବେ କର୍ତ୍ତୃପକ୍ଷ। ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କାହାରିକୁ ଛଡାଯିବନି। ଛୁଟି ପରେ ପୁଣିଥରେ ସବୁ ରୁମ୍‌କୁ ସାନିଟାଇଜ କରାଯିବ।

Related story