ମନ୍ତ୍ରୀମାନଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ମନ୍ତ୍ରୀମାନଙ୍କୁ ଜିଲ୍ଲା ଗସ୍ତବେଳେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନଭୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ବାରମ୍ବାର ମନ୍ତ୍ରୀମାନଙ୍କୁ ଜିଲ୍ଲା ଗସ୍ତ ପାଇଁ ତାଗିଦ୍ ସତ୍ତ୍ୱେ ସରକାରୀ ଓ ପ୍ରଶାସନିକସ୍ତରରେ ଏହାର ସୁଫଳ କ’ଣ ମିଳିଛି ତାହା ଆକଳନ କରିବାକୁ ରାଜ୍ୟ ସରକାର ଭୁଲି ଯାଇଛନ୍ତି। ପଞ୍ଚମ ପାଳି ସରକାର ଗଠନ ପରେ ପ୍ରତିମାସ ୭ ତାରିଖ ସୁଦ୍ଧା ବିଭାଗର ମାସିକ ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କରିଥିଲେ […]

naveen

naveen

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ମନ୍ତ୍ରୀମାନଙ୍କୁ ଜିଲ୍ଲା ଗସ୍ତବେଳେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନଭୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ବାରମ୍ବାର ମନ୍ତ୍ରୀମାନଙ୍କୁ ଜିଲ୍ଲା ଗସ୍ତ ପାଇଁ ତାଗିଦ୍ ସତ୍ତ୍ୱେ ସରକାରୀ ଓ ପ୍ରଶାସନିକସ୍ତରରେ ଏହାର ସୁଫଳ କ’ଣ ମିଳିଛି ତାହା ଆକଳନ କରିବାକୁ ରାଜ୍ୟ ସରକାର ଭୁଲି ଯାଇଛନ୍ତି। ପଞ୍ଚମ ପାଳି ସରକାର ଗଠନ ପରେ ପ୍ରତିମାସ ୭ ତାରିଖ ସୁଦ୍ଧା ବିଭାଗର ମାସିକ ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କରିଥିଲେ । ତେବେ ସରକାରର ଭାବମୂର୍ତ୍ତି ସୁଧାରିବା ପାଇଁ ପ୍ରଚାରର ଏହି ନୂଆ ନୂଆ କୌଶଳ ଓ ଏହାର ସଫଳତା ଉପରେ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ବିଭିନ୍ନ ସମୟରେ ଜିଲ୍ଲା ଗସ୍ତ କରୁଥିବାବେଳେ ମନ୍ତୀମାନେ ବାହାରେ ମଧ୍ୟାହ୍ନଭୋଜନ ନକରି ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ, ସ୍କୁଲ ଓ ଆହାର କେନ୍ଦ୍ର ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସେଠାରେ ଉପଲବ୍ଧ ହେଉଥିବା ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ ଓ ଏହାର ପରିଚାଳନାରେ ଉନ୍ନତି ଆଣିବାର ସୁଯୋଗ ମିଳିବ। ମନ୍ତ୍ରୀମାନେ ନିଜର ଏହି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ପାଇଁ ସାଙ୍ଗରେ ୩-୪ଜଣରୁ ଅଧିକ ଲୋକ ନନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀମାନେ ନିଜର ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ପ୍ରତି ଆଗ୍ରହ ଦେଖାଉନଥିବାବେଳେ କେବଳ ଲୋକଦେଖାଣିଆ ଜିଲ୍ଲା ଗସ୍ତ କରୁଛନ୍ତି । ମନ୍ତ୍ରୀମାନଙ୍କ ଜିଲ୍ଲା ଗସ୍ତ ଦ୍ୱାରା ପ୍ରଶାସନିକ ଓ ସରକାରୀସ୍ତରରେ କ’ଣ ଫାଇଦା ମିଳୁଛି ତାହା ସାଧାରଣ ଲୋକମାନେ ଅନୁଭବ କରିପାରୁନାହାନ୍ତି। ତା’ଛଡ଼ା ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀମାନଙ୍କୁ ନିଜର ବିଭାଗୀୟ ମାସିକ ରିପୋର୍ଟ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀମାନଙ୍କ ମାସିକ ଗସ୍ତ ସମ୍ପର୍କରେ କୌଣସି ସୂଚନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନାହିଁ। ମନ୍ତ୍ରୀମାନେ ନିଜର ମାସିକ ରିପୋର୍ଟ ଦେଉଛନ୍ତି ବୋଲି ଦମ୍ଭୋକ୍ତି ବାଢ଼ୁଥିବାବେଳେ ଏଭଳି ରିପୋର୍ଟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଯଦି ମନ୍ତ୍ରୀମାନେ ମାସିକ ରିପୋର୍ଟ ଦେଉନାହାନ୍ତି ଏବେ ପୁଣି ମଧ୍ୟାହ୍ନ ଭୋଜନ ସମ୍ପର୍କିତ ତଥ୍ୟକୁ କିଭଳି ନିଜର ମାସିକ ରିପୋର୍ଟରେ ସାମିଲ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତରେ ଯାଇ ଆହାର କେନ୍ଦ୍ର ଓ ସ୍କୁଲରେ ମଧ୍ୟାହ୍ନଭୋଜନ କରିବା ପରେ ରାଜ୍ୟର ପ୍ରାୟତଃ ସମସ୍ତ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲଗୁଡ଼ିକ ଏହାକୁ ଜୋରଦାର ଢଙ୍ଗରେ ପ୍ରଚାର କରିଥିଲା। ଯାହା ସରକାରଙ୍କ ଭାବମୂର୍ତ୍ତି ଓ ନିରଳସ ଜୀବନଯାପନକୁ ଜାତୀୟସ୍ତରରେ ଚର୍ଚ୍ଚାରେ ରଖିପାରିଛି। ତେଣୁ ଏବେ ସେହି ଫର୍ମୂଲା ଆପଣାଇବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ଯାଇ ମଧ୍ୟାହ୍ନଭୋଜନ କଲେ ସରକାରର ସକରାତ୍ମକ ପ୍ରଚାର ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଭବ କରିଛି।

ତେବେ ରାଜନୀତିକ ବିଶ୍ଲେଷକଙ୍କ ଅନୁସାରେ, ମନ୍ତ୍ରୀ ଓ ଅଫିସରମାନେ ନିଜର ଆଚରଣ ଓ ଉଚ୍ଚାରଣ ମଧ୍ୟରେ ଯଦି ସମାନତା ରଖିବେ ତା’ହେଲେ ଏଭଳି ଲୋକଦେଖାଣିଆ ପ୍ରଚାର ପ୍ରସାରର ଆବଶ୍ୟକତା ପଡ଼ିବ ନାହିଁ। ଓଡ଼ିଶା ଆପେଆପେ ଏକ ଦୁର୍ନୀତିମୁକ୍ତ ଓ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story