ଝିଅକୁ ଏକୁଟିଆ ଛାଡ଼ି ଯିବାକୁ ଡ଼ରୁଛନ୍ତି ଏହି ମହିଳା, ହେଲେ କାହିଁକି?

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): “ମା’ ଆଉ ମୁଁ ଘରେ ଥିଲୁ। ମୁଁ ବାହାରକୁ ଶୌଚ ହେବାକୁ ଯିବାବେଳେ ….. ଆସି ମୋ ସହ…. କରିଥିଲେ।” ଏହି କଥା କହିବା ବେଳେ ଝିଅଟି କାନ୍ଦି ପକାଇଥିଲା। କେନ୍ଦ୍ରାପଡା ସଦର ଥାନାକୁ ନିଜ ମା’ ସହ ଆସିଥିବା ବେଳେ ଝିଅଟିର ଏଭଳି କଥା ଶୁଣି ସମସ୍ତେ ବିସ୍ମିତ ହୋଇଥିଲେ। ଏଣେ ଝିଅର ମା’ କ’ଣ କହିଥିଲେ ପଢନ୍ତୁ। “ଆମେ ଗରିବ ଶ୍ରେଣୀର ଲୋକ। କାମଦାମ କରି ପେଟ ପୋଷୁଛୁ। ଘରେ […]

photo

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 04:42 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): “ମା’ ଆଉ ମୁଁ ଘରେ ଥିଲୁ। ମୁଁ ବାହାରକୁ ଶୌଚ ହେବାକୁ ଯିବାବେଳେ ..... ଆସି ମୋ ସହ.... କରିଥିଲେ।” ଏହି କଥା କହିବା ବେଳେ ଝିଅଟି କାନ୍ଦି ପକାଇଥିଲା। କେନ୍ଦ୍ରାପଡା ସଦର ଥାନାକୁ ନିଜ ମା’ ସହ ଆସିଥିବା ବେଳେ ଝିଅଟିର ଏଭଳି କଥା ଶୁଣି ସମସ୍ତେ ବିସ୍ମିତ ହୋଇଥିଲେ।
ଏଣେ ଝିଅର ମା’ କ’ଣ କହିଥିଲେ ପଢନ୍ତୁ। “ଆମେ ଗରିବ ଶ୍ରେଣୀର ଲୋକ। କାମଦାମ କରି ପେଟ ପୋଷୁଛୁ। ଘରେ ଏକୁଟିଆ ପିଲା ଛୁଆଙ୍କୁ ଛାଡ଼ି କେମିତି କାମକୁ ଯିବୁ? ଆମର ଆଉ କାହା ଉପରେ ଭରସା ପାଉନି। ମୋର ୪ ର୍ଥ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଜଣେ ଦୁର୍ବୃତ୍ତ ଅସଦାଚରଣ କରିଛି। ମତେ ସୁରକ୍ଷା ଦିଆଯାଉ।” ଆଜି ଏମିତି ଢ଼ଙ୍ଗରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳର ଏହି ମହିଳା ନିଜ ଝିଆର ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

ପୂରା ଘଟଣାଟି ଏମିତି। ଗତକାଲି ଘର ଭିତରେ ମାଆ ଥିଲେ। ନାବାଳିକା ଜଣକ ଘର ପିଣ୍ଡାରେ ବସି ପାଠ ପଢ଼ୁଥିଲେ। ଶୌଚ ପାଇଁ ଯାଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ମୁହଁରେ ହାତ ଦେଇ ଟେକି ନେଇ ଛାତି ଓ ଶରୀର ବିଭିନ୍ନ ଅଙ୍ଗରେ ହାତ ମାରିଥିଲେ। ଏଥିପାଇଁ ୫୦ ଟଙ୍କା ମଧ୍ୟ ଜାଚିଥିଲେ। ତେବେ ନାମାଳିକା ଜଣକ ଚିତ୍କାରଣ କରିବାରୁ ମାଆ ଘରୁ ବାହାରି ଆସିଥିଲେ। ପରେ ଦୁର୍ବୃତ୍ତ ଜଣକ ପଳାଇ ଯାଇଥିଲେ। ଆଜି ଏନେଇ ନାବାଳିକା ଓ ତାଙ୍କ ମାଆ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି।

Related story