କେନ୍ଦୁଝର( ପ୍ରଣୟ ପାଣି) :ଅପ୍ରାକୃତିକ ଯୌନକ୍ରିୟା କରି ଥାନାରେ ଅଟକ ନାବାଳକ। ଯୋଡ଼ା ଥାନା ଅଞ୍ଚଳରେ ଜଣେ ନାବାଳକ ତାର ଦୁଇ ପଡୋଶୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଆସୁଥିଲା । ଗତକାଲି ଜଣେ ନାବାଳକର ଦେହ ଖରାପ ହେବାରୁ ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ ।
ଯାହାକୁ ନେଇ ପରିବାର ପକ୍ଷରୁ ଆଜି ଅଭିଯୁକ୍ତ ନାବାଳକ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଏମିତିକି ଅଭିଯୁକ୍ତ ନାବାଳକ ଜଣକ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳବାକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।