ପୁରୀ(ମଧୁସୂଦନ ମିଶ୍ର): ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍ଟକ୍ ଭିଡିଓ କରିବା। ଭିଡିଓ କରିଥିବା ନାବାଳିକା ନିମାପଡ଼ାର ବୋଲି ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ୍ ନାବାଳିକାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ସେ କେଉଁ ପରିସ୍ଥିତିରେ ଓ କାହିଁକି ଭିଡିଓ ରେକର୍ଡ କରିଛନ୍ତି ଏନେଇ ଖୋଳତାଡ଼ କରାଯାଉଛି। ଏହାସହ ନାବାଳିକାଙ୍କ ବିରୋଧରେ ୨୯୫ A, ଆନ୍ସିଏଣ୍ଟ ମନୁମେଣ୍ଟ ଆକ୍ଟ ୩୦ ଓ ଆଇଟି ଆକ୍ଟ ୬୬ରେ ମାମଲା ରୁଜୁ ହୋଇଛି। ତେବେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି।
ଗତ କିଛି ଦିନ ତଳେ ସଂପୃକ୍ତ ନାବାଳିକା ଶ୍ରୀମନ୍ଦିର ଭୋଗମଣ୍ଡପ ଓ ଆନନ୍ଦ ବଜାରରର ଦୃଶ୍ୟ ଟିକ୍ଟକ୍ରେ ଶୁଟ୍ କରିଥିଲେ। ଏହାପରେ ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା।
ଅନ୍ୟପକ୍ଷରେ କଡ଼ା ସୁରକ୍ଷା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ କିପରି ମୋବାଇଲ୍ ଯାଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
Miscellaneous
ବାବା କେଟିଏମ୍ ବାଇକ୍ରେ ଝିଅ ଧରି ବୁଲୁଥିଲେ...
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ।