କମଳା ଦେବାକୁ କହି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ!

କଟକ (ଓଡ଼ିଶା ରିପୋର୍ଟର): କମଳା ଦେବାର ବାହାନା କରି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଏପରି ଅଭିଯୋଗ କଟକରୁ ଆସିଛି। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ୫ ବର୍ଷର ନାବାଳିକା ଜଣକ ଆଜି ଘରେ ଖାଉଥିଲେ। ଏହି ସମୟରେ ପଡ଼ୋଶୀ (୧୭ ବର୍ଷୀୟ) ନାବାଳକ କମଳା ଦେବାର ପ୍ରଲୋଭନ ଦେଖାଇ ତାକୁ ଡାକିଥିଲା। ନାବାଳିକା ଆସିବା ପରେ ଅଭିଯୁକ୍ତ ତାକୁ ସାଇକେଲ୍ରେ ବସାଇ ନେଇଯାଇଥିଲା। ପରେ […]

rape-1..

rape-1..

Manoranjan Sial
  • Published: Saturday, 07 December 2019
  • Updated: 07 December 2019, 06:58 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କମଳା ଦେବାର ବାହାନା କରି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଏପରି ଅଭିଯୋଗ କଟକରୁ ଆସିଛି। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

୫ ବର୍ଷର ନାବାଳିକା ଜଣକ ଆଜି ଘରେ ଖାଉଥିଲେ। ଏହି ସମୟରେ ପଡ଼ୋଶୀ (୧୭ ବର୍ଷୀୟ) ନାବାଳକ କମଳା ଦେବାର ପ୍ରଲୋଭନ ଦେଖାଇ ତାକୁ ଡାକିଥିଲା। ନାବାଳିକା ଆସିବା ପରେ ଅଭିଯୁକ୍ତ ତାକୁ ସାଇକେଲ୍ରେ ବସାଇ ନେଇଯାଇଥିଲା। ପରେ ଏକ ଗଛ ମୂଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ ନାବାଳିକାଙ୍କ ଚିତ୍କାର ଶୁଣି ନିକଟସ୍ଥ ଲାଇବ୍ରେରୀରେ ଥିବା ପିଲାମାନେ ସେଠାକୁ ଦୌଡ଼ି ଆସିଥିଲେ। ଏହା ଦେଖି ଅଭିଯୁକ୍ତ ଜଣକ ଅର୍ଦ୍ଧ ନଗ୍ନ ଅବସ୍ଥାରେ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା। ମାତ୍ର ଯୁବକମାନେ ଅଭିଯୁକ୍ତଙ୍କୁ କାବୁ କରିନେଇ ଥିଲେ। ଏପରିକି ଭୟଭୀତ ଅବସ୍ଥାରେ ଥିବା ନାବାଳିକାକୁ ଉଦ୍ଧାର କରି ପାଠାଗାରାରେ ପାଢ଼ୁଥିବା ଯୁବତୀଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।

ପରିବାର ଲୋକେ ଏନେଇ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos