ସଞ୍ଜ ବେଳେ ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ!

ଆନନ୍ଦପୁର (ମୁନା ସିଂ): ପୁଣି ନାବାଳିକାକୁ ଗଣଦୁଷ୍କର୍ମ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରୁ। ଜଣେ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି। ଏହି ଅଭିଯୋଗ ପରେ ପୁଲିସ୍ ଗଣଦୁଷ୍କର୍ମ କରିଥିବା ୪ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଧ୍ୟ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏହି ଚାରିଜଣ ଅଭିଯୁକ୍ତ ହେଲେ ମେଦା ନାଇକ, ଚଗୁଲୁ ନାଇକ, ବଳିଆ ନାଇକ ଓ କୁନା ନାଇକ। ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ଏହି […]

rape

Ranjit Kumar Jena
  • Published: Sunday, 03 January 2021
  • , Updated: 03 January 2021, 04:04 PM IST

ଆନନ୍ଦପୁର (ମୁନା ସିଂ): ପୁଣି ନାବାଳିକାକୁ ଗଣଦୁଷ୍କର୍ମ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରୁ। ଜଣେ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି। ଏହି ଅଭିଯୋଗ ପରେ ପୁଲିସ୍ ଗଣଦୁଷ୍କର୍ମ କରିଥିବା ୪ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଧ୍ୟ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏହି ଚାରିଜଣ ଅଭିଯୁକ୍ତ ହେଲେ ମେଦା ନାଇକ, ଚଗୁଲୁ ନାଇକ, ବଳିଆ ନାଇକ ଓ କୁନା ନାଇକ।

ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଶୌଚ ସାରି ଫେରୁଥିବା ପୀଡ଼ିତା ନାବାଳିକା ନିଜର ଜଣେ ସମ୍ପର୍କୀୟଙ୍କ ସହ କଥା ହେଉଥିଲେ। ତେବେ ସମ୍ପର୍କୀୟ ସେଠାରୁ ଯିବା ଦେଖି ୪ ଅଭିଯୁକ୍ତ ନାବାଳିକା ପାଖକୁ ତା' ସହ ଅସଦାଚରଣ କରିବା ସହ ମରାମରି ମଧ୍ୟ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ନାବାଳିକାକୁ ଉଠାଇ ନେଇ ନିକଟରେ ଥିବା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡ଼ିତା ନାବାଳିକାଙ୍କ ମା' ନିବେଦନ କରିଛନ୍ତି।

ସମସ୍ତ ଅଭିଯୁକ୍ତ ସାବାଳକ ଥିବାରୁ ସେମାନଙ୍କ ବିରୋଧରେ ପୁଲିସ୍ ୬ ପୋକ୍ସୋ ଆକ୍ଟ ସହ ଆଇସିପି ଧାରା ୩୭୬ଡି, ୨୯୪, ୩୯୪, ୫୦୬ ଲଗାଇଛି। ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପକ୍ଷରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଦେଇଛି। ପୁଲିସ୍ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ କରୁଛି।

Related story