ଆଇଏଏସ୍ ଅଦଳବଦଳ: ଅଣଇଞ୍ଜିନିୟର ହେଲେ ପୂର୍ତ୍ତ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୫ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଅଣଇଞ୍ଜିନିୟର(ଡାକ୍ତର) କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ତ୍ତ ସଚିବ ଇଂ ନଳିନୀକାନ୍ତ ପ୍ରଧାନ ସରକାରୀ ଚାକିରିରୁ ଅବ୍ୟାହତି ନେବାପରେ ଏହି ପଦବୀ ଖାଲି ପଡ଼ିଥିଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୨ ବ୍ୟାଚ ଆଇଏଏସ୍ ଡଃ କ୍ରିଷନ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ  ଦାୟିତ୍ୱ ତୁଲାଇବେ। […]

ias-2

ias-2

Manoranjan Sial
  • Published: Saturday, 02 March 2019
  • Updated: 02 March 2019, 11:01 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୫ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଅଣଇଞ୍ଜିନିୟର(ଡାକ୍ତର) କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ତ୍ତ ସଚିବ ଇଂ ନଳିନୀକାନ୍ତ ପ୍ରଧାନ ସରକାରୀ ଚାକିରିରୁ ଅବ୍ୟାହତି ନେବାପରେ ଏହି ପଦବୀ ଖାଲି ପଡ଼ିଥିଲା।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୨ ବ୍ୟାଚ ଆଇଏଏସ୍ ଡଃ କ୍ରିଷନ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ  ଦାୟିତ୍ୱ ତୁଲାଇବେ। ଶ୍ରୀ ପ୍ରଧାନ ଫେବୃୟାରୀ ୨୮ତାରିଖରେ ଚାକିରିରୁ ଅବ୍ୟାହତି ନେବା ପରେ ଇଞ୍ଜିନିୟର ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେ ମାତ୍ର କିଛି ଘଣ୍ଟା ପାଇଁ ପୂର୍ତ୍ତ ସଚିବ ଭାବେ କାର୍ଯ୍ୟକରି ସରକାରୀ ଚାକିରିରୁ ଅବସର ନେଇଥିଲେ। ଆଜି ସରକାର ତାଙ୍କୁ ଓଡ଼ିଶା ସର୍ବଅଡିନେଟ୍ ଷ୍ଟାଫ ସିଲେକ୍‌ସନ୍ କମିଶନ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।।
ଡଃ କ୍ରିଷନ କୁମାର ଏବେ ସମବାୟ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ଅତିରିକ୍ତ ଭାବେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ(କାଳିଆ ଯୋଜନା) ଦାୟିତ୍ୱ ତୁଲାଉଛନ୍ତି। ଗତକାଲି ଭୁବନେଶ୍ୱର ମହାନଗର ନିଗମର ପ୍ରଶାସକ ପଦବୀରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଆଜି ପୂର୍ତ୍ତ ବିଭାଗ ଭଳି ଦୁହାଁଳିଆ ବିଭାଗ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରୁ  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରଠୁ ଦ୍ୱିତୀୟ ଥର ପାଇଁ ପୂର୍ତ୍ତ ବିଭାଗ ସଚିବ ପଦବୀରେ ଜଣେ ଅଣଇଞ୍ଜିନିୟରଙ୍କୁ ଅବସ୍ଥାପିତ କରାଯାଇଛି। ୨୦୦୩ ସେପ୍ଟେମ୍ବର ୧ରୁ ୨୦୦୪ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଅରବିନ୍ଦ ବେହେରା ପୂର୍ତ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ଇଞ୍ଜିନିୟରିଂ କ୍ୟାଡ଼ରର ଅଫିସରମାନଙ୍କ ତୀବ୍ର ବିରୋଧ ପରେ ସେହିଦିନଠୁ ଏପର୍ଯ୍ୟନ୍ତ ପୂର୍ତ୍ତ ସଚିବ ପଦବୀରେ ଇଞ୍ଜିନିୟରମାନେ ନିଯୁକ୍ତି ପାଉଥିଲେ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ୧୯୯୫ ବ୍ୟାଚ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ପଦରୁ ହଟାଇ ବାଣିଜ୍ୟକର କମିଶନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ସେଠୀ ପୂର୍ବଭଳି ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ଏମଡି ଭାବେ କାର୍ଯ୍ୟ କରିବେ।
ଦୀର୍ଘବର୍ଷ ଧରି ସଚିବାଳୟରୁ ବାହାରେ ଥିବା ବାଣିଜ୍ୟକର କମିଶନର ୧୯୯୬ ବ୍ୟାଚ୍ ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି।
ସେହିପରି ଆଇଏଏସ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଥିବାବେଳେ ପଶୁସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତଙ୍କୁ ଅତିରିକ୍ତ ଭାବେ ମତ୍ସ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ବଲୱନ୍ତ ସିଂହଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେ ମଧ୍ୟ ଅତିରିକ୍ତ ଭାବେ ଓଡ଼ିଶା କୃଷି ବିପଣନ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।
ସେହିପରି ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀଙ୍କୁ ଅତିରିକ୍ତ ଭାବେ ଓଜନ,ମାପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବଭଳି ବିଜୁ ଯୁବ ବାହିନୀ ସିଇଓ ଦାୟିତ୍ୱରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story