ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତସତ୍ତ୍ୱା ହେବା ଅଭିଯୋଗ ଘଟଣାରେ ପୁଲିସର ତନାଘନା। ଯାଜପୁର ବାଲିଚନ୍ଦ୍ରପୁର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି ପୁଲିସ।
ପୀଡିତା ଜଣଙ୍କ ପ୍ରଶାସନିକ ଅଧିକାରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ସଂପୃକ୍ତ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ଦଶହରା ବେଳେ ପୀଡ଼ିତା ନିଜ ଘରକୁ ଆସିଥିବା ବେଳେ ପରିବାର ଲୋକ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ପରେ ଏନେଇ ଥାନାରେ ଏତଲା ଦେଇଥିଲେ।
ତେବେ ଏନେଇ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଆଗକୁ ପଢ଼ନ୍ତୁ : ପୁରୁଷ ବନ୍ଧୁଙ୍କ ସହ କାର୍ରେ ଯାଉଥିଲେ, ୩ ଜଣ ବାଇକରେ ଆସି ଯୁବତୀଙ୍କୁ ଗୁଳି କରିଦେଲେ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Weather
କୁହୁଡ଼ି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା, ୨୭ ଓ ୨୮ରେ କିଛି ସ୍ଥାନରେ ହୋଇପାରେ ବର୍ଷା
ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଓ ରାତିରେ ଏବଂ ରବିବାର ସକାଳେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
Guest Column
ରବି ଦାଶ - ଏକ ବିରଳ ବ୍ୟକ୍ତିତ୍ୱ
କେବଳ ତୁଳସୀ କ’ଣ ଦୁଇ ପତ୍ରରୁ ବାସିଥାଏ, ପୋଦିନା କି ଅନ୍ୟ କିଛି ନୁହେଁ? କୌଣସି ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ଆମେ ଏହି ଯୁକ୍ତିଟି ଅଧିକାଂଶ ସମୟରେ ପାଇଥାଉ ଯେ ସେ ମହାପୁରୁଷ ହେବେ ବୋଲି ପିଲାବେଳୁ ଜଣାଥିଲା।
Education
ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ
www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।