ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ: ଆଣ୍ଠେଇ ଆଣ୍ଠେଇ ଥାନାକୁ ଗଲେ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା। ଏହପରେ ଆଣ୍ଠେଇ ଆଣ୍ଠେଇ ଯିବାକୁ ପଡ଼ିଲା ଥାନାକୁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ ପରସରର ଛାତ୍ରୀ ନିବାସ ନିକଟରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏସମ୍ପର୍କରେ ଖବର ପାଇଁ କିଛି ଛାତ୍ର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ କାବୁ କରିବା ସହ ଏପରି ଦଣ୍ଡ ଦେଇଥିଲେ। ଅନେକ ଥର ଅଭିଯୁକ୍ତ ଯୁବକ ଜଣକ […]

bbsr

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 02:07 PM IST

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା। ଏହପରେ ଆଣ୍ଠେଇ ଆଣ୍ଠେଇ ଯିବାକୁ ପଡ଼ିଲା ଥାନାକୁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ ପରସରର ଛାତ୍ରୀ ନିବାସ ନିକଟରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏସମ୍ପର୍କରେ ଖବର ପାଇଁ କିଛି ଛାତ୍ର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ କାବୁ କରିବା ସହ ଏପରି ଦଣ୍ଡ ଦେଇଥିଲେ। ଅନେକ ଥର ଅଭିଯୁକ୍ତ ଯୁବକ ଜଣକ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ଅଭିଯୋଗ ହୋଇଛି।

ଏହି ଘଟଣା ପରେ ବାଣୀ ବିହାରରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ମୁଖ୍ୟ ଫାଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କେହି କିପରି ଏପରି କାଣ୍ଡ ଭିଆଇ ପାରୁଛି ତାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଛି। ଅଭିଯୁକ୍ତ ଯୁବକ ଭୋଇ ନଗରର ସୁଶାନ୍ତ ସେଠୀ ବୋଲି ସୂଚନା ମିଳିଛି।

Related story