ତାଳଚେର ବିଧାୟକଙ୍କ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳି ଦେଲେ

ଅନୁଗୁଳ (ଓଡ଼ିଶା ରିପୋର୍ଟର): ବିଧାୟକଙ୍କୁ ତାଲା ଦେଇ ଜାଳିଦେଲେ ଗାଡ଼ି।  ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ପ ଅଫିସରେ ଗାଡି ଜାଳିଦେଇଥିବା ଅଭିଯୋଗ ହୋଇଛି । ରାତିରେ ଘର ବାହାରୁ ତାଲା ପକାଇ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳିଦିଆଯାଇଛି। ବଡ଼ କଥା ହେଉଛି, ବିଧାୟକଙ୍କ ଉପସ୍ଥିତିରେ କ୍ୟାମ୍ପ୍ ଅଫିସରେ ନିଆଁ ଲଗାଇ ପୋଡ଼ିଛନ୍ତି ଦୁର୍ବୃତ୍ତ । ଏଥିରେ ବିଧାୟକଙ୍କର […]

v-908

Tapas Behera
  • Published: Sunday, 08 December 2019
  • , Updated: 08 December 2019, 10:48 AM IST

ଅନୁଗୁଳ (ଓଡ଼ିଶା ରିପୋର୍ଟର): ବିଧାୟକଙ୍କୁ ତାଲା ଦେଇ ଜାଳିଦେଲେ ଗାଡ଼ି।  ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ପ ଅଫିସରେ ଗାଡି ଜାଳିଦେଇଥିବା ଅଭିଯୋଗ ହୋଇଛି । ରାତିରେ ଘର ବାହାରୁ ତାଲା ପକାଇ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳିଦିଆଯାଇଛି। ବଡ଼ କଥା ହେଉଛି, ବିଧାୟକଙ୍କ ଉପସ୍ଥିତିରେ କ୍ୟାମ୍ପ୍ ଅଫିସରେ ନିଆଁ ଲଗାଇ ପୋଡ଼ିଛନ୍ତି ଦୁର୍ବୃତ୍ତ । ଏଥିରେ ବିଧାୟକଙ୍କର ଗୋଟିଏ ଫର୍ଚୁନର ଗାଡ଼ି ମଧ୍ୟ ପୋଡ଼ି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବିକ୍ରମପୁର ପୁଲିସ ପହଞ୍ଚି ଛାନଭିନ୍ ଚଳାଇଛି ।

Related story