ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରି

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। ଗତକାଲି ରାତି କେହି ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ମା’ଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ମନ୍ଦିରର କବାଟ ଭାଙ୍ଗି ଏହି ଚୋରି କରାଯାଇଛି। ଏ ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ମାଣିକେଶ୍ୱରୀ […]

temple

Jitendra Garnayak
  • Published: Friday, 18 January 2019
  • , Updated: 18 January 2019, 09:14 AM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। ଗତକାଲି ରାତି କେହି ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ମା’ଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ମନ୍ଦିରର କବାଟ ଭାଙ୍ଗି ଏହି ଚୋରି କରାଯାଇଛି। ଏ ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଏହି ମାଣିକେଶ୍ୱରୀ ମନ୍ଦିର ବହୁ ପୁରୁଣା ମନ୍ଦିର। ରାଜାରାଜୁଡ଼ା ଅମଳରୁ ଏହି ମନ୍ଦିର ରହିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story