ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇନେଲେ ଦୁର୍ବୃତ୍ତ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):  ଘରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ହାତରେ ଧରିଥିଲେ ଟଙ୍କା ଭର୍ତ୍ତି ବ୍ୟାଗ। ବ୍ୟାଗ ଭିତରେ ଥିଲା ୧.୮୦ ଲକ୍ଷ ଟଙ୍କା। ହଠାତ୍ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ପଛରୁ ଆସି ଛଡ଼ାଇ ନେଇ ଚାଲିଗଲେ ଏହି ବ୍ୟାଗ। ଧରଧର ବୋଲି ଚିତ୍କାର କରିବା ବେଳକୁ ଦୁର୍ବୃତ୍ତମାନେ ଦ୍ରୁତ ବେଗରେ ଗାଡ଼ି ଚଳାଇ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ। ପଶ୍ଚିମବଙ୍ଗ ମୋହନପୁର ଥାନା ଘୋଳି ଗ୍ରାମର ବିନୟ ନାୟକ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି। […]

Loot

Loot

Niranjan Mishra
  • Published: Wednesday, 06 July 2022
  • Updated: 06 July 2022, 06:52 PM IST

Sports

Latest News

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):  ଘରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ହାତରେ ଧରିଥିଲେ ଟଙ୍କା ଭର୍ତ୍ତି ବ୍ୟାଗ। ବ୍ୟାଗ ଭିତରେ ଥିଲା ୧.୮୦ ଲକ୍ଷ ଟଙ୍କା। ହଠାତ୍ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ପଛରୁ ଆସି ଛଡ଼ାଇ ନେଇ ଚାଲିଗଲେ ଏହି ବ୍ୟାଗ। ଧରଧର ବୋଲି ଚିତ୍କାର କରିବା ବେଳକୁ ଦୁର୍ବୃତ୍ତମାନେ ଦ୍ରୁତ ବେଗରେ ଗାଡ଼ି ଚଳାଇ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ। ପଶ୍ଚିମବଙ୍ଗ ମୋହନପୁର ଥାନା ଘୋଳି ଗ୍ରାମର ବିନୟ ନାୟକ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି।

ପରେ ସେ ଏନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି।

ସେ ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଏକ୍ସିସ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ବଡ଼ବଜାର ଛକରେ ଘରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ସେ ଟଙ୍କା ବ୍ୟାଗ ଧରି ଠିଆ ହୋଇଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ।

ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତେବେ ଏହି ଅଞ୍ଚଳରେ ଲୁଟ୍ ଘଟଣା ବଢ଼ିବା ସାଧାରଣରେ ଉଦ୍‌ବେଗର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos