ମ୍ୟାଟ୍ରିକ୍‌ରେ ‘ଫେଲ୍’ କମାଇବାକୁ ‘ଜିରୋ-ଏଫ୍‌’: କଟକରୁ ପାଇଲଟ୍‌ ପ୍ରୋଜେକ୍ଟ

କଟକ(ଓଡ଼ିଶା ରିପୋର୍ଟର): ମିଶନ୍‌ ‘ଜିରୋ-ଏଫ୍‌’। ଅର୍ଥାତ ମ୍ୟାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ଚଳିତବର୍ଷଠାରୁ ଏହାକୁ କର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। ଏହାର ପାଇଲଟ୍‌ ପ୍ରୋଜେକ୍ଟ କଟକରେ କାର୍ଯ୍ୟକାରୀ କରାଯାଇଛି। ତେବେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଲାଣି। ଶିକ୍ଷକଙ୍କ ଅଭାବ ପୂରଣ ନକରି ଏଭଳି ଏକପାଖିଆ ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଫେଲ୍‌ ହାର କମାଇବା ଆମର ମୂଳ […]

missan-zero-f-will

missan-zero-f-will

Manoranjan Sial
  • Published: Saturday, 12 October 2019
  • Updated: 12 October 2019, 08:08 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମିଶନ୍‌ ‘ଜିରୋ-ଏଫ୍‌’। ଅର୍ଥାତ ମ୍ୟାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ଚଳିତବର୍ଷଠାରୁ ଏହାକୁ କର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। ଏହାର ପାଇଲଟ୍‌ ପ୍ରୋଜେକ୍ଟ କଟକରେ କାର୍ଯ୍ୟକାରୀ କରାଯାଇଛି। ତେବେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଲାଣି। ଶିକ୍ଷକଙ୍କ ଅଭାବ ପୂରଣ ନକରି ଏଭଳି ଏକପାଖିଆ ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଫେଲ୍‌ ହାର କମାଇବା ଆମର ମୂଳ ଲକ୍ଷ୍ୟ।

ଏବେ ଦଶହରା ଛୁଟି ଚାଲିଛି। ଏହା ସତ୍ତ୍ୱେ କଟକ ବାଦାମବାଡ଼ିସ୍ଥିତ ନ୍ୟୁ କଲୋନୀ ହାଇସ୍କୁଲରେ ପାଠ ପଢା ଚାଲିଛି। କେବଳ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଏଥିପାଇଁ କଟକ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ପିଲାଙ୍କ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବାକୁ ରହିଛି ନିର୍ଦ୍ଦେଶ। ଏମିତିକି ଦଶମ ଶ୍ରେଣୀରେ ପଢାଉଥିବା ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିନା ଲିଖିତ ଅନୁମତିରେ ଛୁଟି ନେଇ ପାରିବେ ନାହିଁ। ଖାଲି ସେତିକି ନୁହେଁ, ଶିକ୍ଷକଙ୍କ ଉପସ୍ଥାନ ଜାଣିବାକୁ ବିଇଓମାନେ ସରପ୍ରାଇଜ୍‌ ଭିଜିଟ୍‌ କରିବାକୁ ରହିଛି ନିର୍ଦ୍ଦେଶ। ତା’ସହ ବିଇଓମାନେ ନିଜ ଅଞ୍ଚଳର ପ୍ରଧାନଶିକ୍ଷକଙ୍କୁ ନେଇ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ତିଆରି କରିବେ। ଯେଉଁଥିରେ ପାଠ ପଢା ସମ୍ପର୍କିତ ଟିକନିଖ୍ ତଥ୍ୟ ରହିବ।

ମ୍ୟାଟ୍ରିକ ଫଳ ପ୍ରକାଶନ ପରେ ଗତବର୍ଷ ରାଜ୍ୟର ୮୨ଟି ସ୍କୁଲରେ ଜିରୋ ରେଜଲ୍‌ଟ ହୋଇଥିଲା। ଯାହାକୁ ନେଇ ଘୋର ସମାଲୋଚନାର ଶିକାର ହୋଇଥିଲା ଗଣଶିକ୍ଷା ବିଭାଗ। ତେଣୁ ସେ ପରିସଂଖ୍ୟାନକୁ ସୁଧାରିବା ଲାଗି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ତେବେ ଶିକ୍ଷକଙ୍କ ଅଭାବକୁ ପୂରଣ ନକରି ଏଭଳି ଏକପାଖିଆ ନିଷ୍ପତ୍ତିକୁ ବିରୋଧ କରିଛି ଓଷ୍ଟା।
ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି-“କେବଳ ଦଶମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇ ଦେଲେ ସରକାରଙ୍କ ଜିରୋ-ଏଫ୍‌ ମିଶନ୍‌ କେବେ ସଫଳ ହେବନାହିଁ। ଏଥିପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେଥିପାଇଁ ଶିକ୍ଷକ ନିଯୁକ୍ତି କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ।”
ଶିକ୍ଷାବିତ୍ କମଳ ପ୍ରସାଦ ମହାପାତ୍ର କହିଛନ୍ତି-“ରାଜ୍ୟରେ ଯଦି ଶିକ୍ଷକ ଅଭାବ ରହିଛି, ତାହାହେଲେ ମିଶନ୍‌ ଜିରୋ-ଏଫ୍‌ କେମିତି ସଫଳ ହେବ? ଏହି ମିଶନକୁ ସଫଳ କରିବାକୁ ହେଲେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରାଯାଉ।”
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଫେଲ୍ ହାର କମାଇବା ଆମ ଲକ୍ଷ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story