ବାଣ ବେପାରୀଙ୍କ ପାଇଁ ବାହାରିଲେ ଷ୍ଟାଲିନ୍‌, ଲେଖିଲେ ନବୀନଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ଦେଖି ଓଡ଼ିଶା ସରକାର ବାଣକୁ ବ୍ୟାନ୍‌ କରିଛନ୍ତି। ଏପରି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌। ନବୀନଙ୍କ ସହିତ ବାଣ ବ୍ୟାନ୍‌ କରିଥିବା ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଷ୍ଟାଲିନ୍‌। சிவகாசியைச் சுற்றியுள்ள பகுதிகளில் 8 லட்சம் பேர் பட்டாசுத் தொழிலில் ஈடுபட்டுள்ளனர். அவர்களது வாழ்வாதாரத்தைக் கருத்தில்கொண்டு, உச்சநீதிமன்றம் – #NGT வழிகாட்டுதலின்படி […]

M.K.Stalin anb Naveen

M.K.Stalin anb Naveen

Manoranjan Sial
  • Published: Friday, 15 October 2021
  • Updated: 15 October 2021, 07:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ଦେଖି ଓଡ଼ିଶା ସରକାର ବାଣକୁ ବ୍ୟାନ୍‌ କରିଛନ୍ତି। ଏପରି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌। ନବୀନଙ୍କ ସହିତ ବାଣ ବ୍ୟାନ୍‌ କରିଥିବା ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଷ୍ଟାଲିନ୍‌।

https://twitter.com/mkstalin/status/1448934058516385792?s=20

ଚିଠିରେ ଷ୍ଟାଲିନ୍‌ ଉଲ୍ଲେଖ କରିଛନ୍ତି, ବାଣ ବ୍ୟାନ ଦ୍ୱାରା ୮ ଲକ୍ଷ ବାଣ କାରିଗରଙ୍କ ଜୀବିକା ବିପନ୍ନ ହୋଇଛି। ଏମାନଙ୍କୁ ଦେଖି ଅନ୍ୟ ରାଜ୍ୟ ବ୍ୟାନ କଲେ ସଂପୂର୍ଣ୍ଣ ବାଣ ଶିଳ୍ପ ଭୁଶୁଡ଼ିବ। ପ୍ରଦୂଷଣ କରୁଥିବା ବାଣ ବ୍ୟାନ ପାଇଁ ପୂର୍ବରୁ ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଏବେ କମ୍‌ ପ୍ରଦୂଷଣ କରୁଥିବା ଗ୍ରୀନ କ୍ରାକର ଉତ୍ପାଦନ କରାଯାଉଛି। ଏସବୁ ଦେଖି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ଷ୍ଟାଲିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos