କଟକ(ଓଡ଼ିଶା ରିପୋର୍ଟର): ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କଲା ମୋ ବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଲା ମୋ ବସ୍ । ବସ୍ ଆଗ ପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ପଶିଗଲା ଛନକା । ବେଶ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।
କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍ର ଦୁଇଟି ଯାକ ଡୋର୍ ଖୋଲି ନଥିଲା । ଏଥିପାଇଁ ବସ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ ।
କେହି କେହି ଯାତ୍ରୀ ଝରକା ବାଟେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ କିଛି ଯାତ୍ରୀ ଡ୍ରାଇଭର ପାର୍ଶ୍ୱ ଡୋର୍ ଦେଇ ବାହାରକୁ ଆସିଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଡୋର ଖୋଲା ଗଲାପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ମୋହନ ସରକାରଙ୍କ ପାଇଁ ସମୃଦ୍ଧ ଓଡ଼ିଶାର ଏକ ଖସଡ଼ା
୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେଲା। ପ୍ରଥମ ବଜେଟ୍ ପରେ ସେ ଦ୍ୱିତୀୟ ବଜେଟ୍ ବିଧାନସଭାରେ ଓଡ଼ିଶାବାସୀଙ୍କ ପାଇଁ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏ ମଧ୍ୟରେ ସେ ଅନେକ ଅଭିଜ୍ଞତା ହାସଲ କରିସାରିବେଣି ଏବଂ ଓଡ଼ିଶାର ମୌଳିକ ଆବଶ୍ୟକତାଗୁଡ଼ିକୁ ଚିହ୍ନଟ କରିସାରିଥିବେ।
Politics
ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ ଉନ୍ମୋଚିତ: ନବୀନଙ୍କ ନାଁ ନନେଇ ଦେଇଛନ୍ତି ବହୁ ତଥ୍ୟ
ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକର ମୋଟ ୧୦ଟି ଅଧ୍ୟାୟ ମଧ୍ୟରୁ ସବୁଠୁ ଅଧିକ ରୋଚକ ଅଧ୍ୟାୟ ‘ଦି ଅନକାନି ବସ’ ହୋଇଛି ।
Education
ପାଚିକାଙ୍କ ପାରିଶ୍ରମିକ ହଜାରେ ଟଙ୍କା ବଢ଼ିଲା, ଉପକୃତ ହେବେ ୧.୧୨ଲକ୍ଷ ପାଚିକା
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ପିଏମ ପୋଷଣ ଯୋଜନା(ମଧ୍ୟାହ୍ନଭୋଜନ)ରେ କାମ କରୁଥିବା ପ୍ରାୟ ଏକ ଲକ୍ଷରୁ ଅଧିକ ପାଚକ,ପାଚିକାମାନଙ୍କ ମାସିକ ପାରିଶ୍ରମିକକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।
Events & Festivals
ଏଥର ଝଲସିବ ‘ସ୍ୱର୍ଣ୍ଣିମ ଭାରତ,ସମୃଦ୍ଧ ଓଡ଼ିଶା’ର ପ୍ରଜ୍ଞାପନ ମେଢ଼, କିଏ କେଉଁଠି କରିବେ ପତାକା ଉତ୍ତୋଳନ,କାହାକୁ ମିଳିବ ପଦକ
ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ ।
Crime
ନବ ହତ୍ୟା ପଛରେ କୋଇଲା ଟ୍ରାନ୍ସପୋର୍ଟ ମାଫିଆ, ତତକାଳୀନ ଜିଲ୍ଲାପାଳ ଓ ଏସପି ସବୁ ଜାଣନ୍ତି: ସାଲୁଜା
ନବଙ୍କ ହତ୍ୟାକାରୀ ପୁଲିସ ଏଏସଆଇ ଗୋପାଳ ଦାସ ଗିରଫ ହୋଇଛନ୍ତି। କିନ୍ତୁ ସେ କାହିଁକି ଏହି ହତ୍ୟା କଲେ ତା’ର ରହସ୍ୟଭେଦ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନି । ଏପରିକି ହତ୍ୟା ପଛର ଯେଉଁସବୁ କାରଣ ଗୋପାଳ ଦେଉଛି ତାକୁ ନେଇ ସନ୍ତୁଷ୍ଟ ନଥିବା ଖୋଦ୍ ତଦନ୍ତକାରୀ ଅଫିସର କୋର୍ଟରେ ସ୍ୱୀକାର ମଧ୍ୟ କରିଛନ୍ତି ।