ଶୋଇଗଲା ‘ମୋ ସରକାର’; ପାଣି ଛାଟି ଉଠାଇଲେ ଲୋକେ!

ନୀଳଗିରି (ବିଶ୍ୱମ୍ୱର ଦାସ): ଫେଲ୍‌ ମାରିଲା ‘ମୋ ସରକାର’! ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟକୁ ନେଇ ମେଡିକାଲ୍‌ ଓ ଥାନାରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିଥିଲେ, ତାହା ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ହେଜି ନଥିଲେ ଡାକ୍ତର। ଦିନ ୧୧ଟା ହୋଇଯାଇଥିଲେ ମଧ୍ୟ କୌଣସି ଡାକ୍ତର ମେଡିକାଲ୍‌କୁ ଆସିନଥିଲେ। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମେଡିକାଲ୍‌ରେ ତାଲା ପକାଇଛନ୍ତି। ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣ ଡାକ୍ତର […]

mo-sarker-fall-in-nilagiri

mo-sarker-fall-in-nilagiri

Manoranjan Sial
  • Published: Friday, 11 October 2019
  • Updated: 11 October 2019, 06:23 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ଫେଲ୍‌ ମାରିଲା ‘ମୋ ସରକାର’! ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟକୁ ନେଇ ମେଡିକାଲ୍‌ ଓ ଥାନାରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିଥିଲେ, ତାହା ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ହେଜି ନଥିଲେ ଡାକ୍ତର। ଦିନ ୧୧ଟା ହୋଇଯାଇଥିଲେ ମଧ୍ୟ କୌଣସି ଡାକ୍ତର ମେଡିକାଲ୍‌କୁ ଆସିନଥିଲେ। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମେଡିକାଲ୍‌ରେ ତାଲା ପକାଇଛନ୍ତି।

ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି। ଏହାଛଡ଼ା ମେଡିକାଲ୍‌ ଇନ୍‌ଚାର୍ଜ ରହିଛନ୍ତି କାଳିଚରଣ ପାଲ୍‌। ହେଲେ ଦୁଃଖର ବିଷୟ ରୋଗୀ ସେବା କରିବା ପାଇଁ ଏହି ଡାକ୍ତରଖାନାକୁ କୌଣସି ଡାକ୍ତର ଆସନ୍ତି ନାହିଁ। ଯାହାଫଳରେ ରୋଗୀମାନେ ଡାକ୍ତରଖାନା ଆସି ଦୀର୍ଘ ସମୟ ଧରି ବସି ନିରାଶ ହୋଇ ଫେରୁଛନ୍ତି। ବେଳେ ବେଳେ ଫାର୍ମାସିଷ୍ଟମାନେ ରୋଗୀ ସେବା କରୁଛନ୍ତି। ସେମାନଙ୍କଠାରୁ ରୋଗୀମାନେ ଔଷଧ ନେଇ ଯାଉଛନ୍ତି। ଏପରି ଅବ୍ୟବସ୍ଥା ଦୀର୍ଘ ଦିନ ଧରି ଏହି ମେଡିକାଲ୍‌ରେ ଦେଖିବାକୁ ମିଳୁଛି। ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ବହୁବାର ଅଭିଯୋଗ କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମାତ୍ର ସିଡିଏମ୍‌ଓଙ୍କ ପାଖରେ ଏନେଇ କୌଣସି ଖବର ନାହିଁ।

ଆଜି ପୂର୍ବାହ୍ନ ପ୍ରାୟ ୧୧ ହେବ। ଡାକ୍ତରଖାନା ଖୋଲା ରହିଛି। ହେଲେ ଡାକ୍ତରଙ୍କ ଚେୟାର ଖାଲି ପଡ଼ିଛି। କୌଣସି ଡାକ୍ତର ଡାକ୍ତରଖାନାରେ ନାହାନ୍ତି। ରୋଗୀମାନେ ସକାଳୁ ଆସି ବହୁ ସମୟ ଧରି ଅପେକ୍ଷା କରି ଶେଷରେ ମେଡିକାଲ୍‌ରେ ତାଲା ପକାଇଲେ। ଏପରିକି ଧାରଣାରେ ବସିଲେ। ଏ ସମ୍ପର୍କରେ ଜାଣି ମଧ୍ୟ ମେଡିକାଲ୍‌ ଇନ୍‌ଚାର୍ଜ ଅପରାହ୍ଣ ସାଢ଼େ ୩ଟାରେ ପହଞ୍ଚି ଥିଲେ। ଯାହାକୁ ନେଇ ମେଡିକାଲ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ତାଲା ପଡ଼ିଥିବା ଜାଣି ସିଡିଏମ୍‌ଓ ବାନାର୍ଜୀ ପ୍ରସାଦ ଛୋଟ୍‌ରାୟ ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ରୋଗୀଙ୍କୁ ବୁଝାସୁଝା କରିବା ସହିତ ଭବିଷ୍ୟତରେ ଏମିତି କେବେ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ମେଡିକାଲ୍‌ରୁ ତାଲା ଖୋଲିଥିଲା।

ଶେଷରେ ସିଡିଏମ୍‌ଓ ମହାଶୟ ମେଡିକାଲ୍‌ର କର୍ମଚାରୀଙ୍କୁ “ମୋ ସରକାର” ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନାରୁ ପ୍ରକାଶ, ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟସରକାର ‘ମୋ ସରକାର’ କାର୍ଯ୍ୟକାରୀ କରିଛନ୍ତି। ଯଦି ରୋଗୀମାନେ କୌଣସି ସେବା ପାଇବାରେ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି, ତାହାହେଲେ ଫୋନ୍‌ କରିବା ପାଇଁ କୁହାଯାଇଥିଲା। ଆଉ ଫୋନ୍‌ ମଳିବା ପରେ ରାଜ୍ୟ ସରକାର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ବେଖାତିର ଡାକ୍ତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos