ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’: ପଙ୍କଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’। ଓଟିଭିର ‘ଖୋଲାକଥା’ରେ ନିଜ ନିଲମ୍ବନ ପଛର ସତ ପଦାକୁ ଆଣି ଏହା କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍। ଗତକାଲି ସେ ‘ଖୋଲାକଥା’ରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଅନ୍ଧାଧୁନିଆ ଆକ୍ସନ୍ ନିଆଯାଇଛି। ବାସ୍ତବତାକୁ ନବୁଝି କେବଳ ରୋଗୀଙ୍କ ସଂପର୍କୀୟଙ୍କୁ ଭାତ ଦିଆଗଲାନି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମେଡିକାଲ୍‌ରେ ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ରହିଛି। ତାହାକୁ […]

pankaj

Manoranjan Sial
  • Published: Friday, 25 October 2019
  • , Updated: 25 October 2019, 04:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’। ଓଟିଭିର ‘ଖୋଲାକଥା’ରେ ନିଜ ନିଲମ୍ବନ ପଛର ସତ ପଦାକୁ ଆଣି ଏହା କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍।

ଗତକାଲି ସେ ‘ଖୋଲାକଥା’ରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଅନ୍ଧାଧୁନିଆ ଆକ୍ସନ୍ ନିଆଯାଇଛି। ବାସ୍ତବତାକୁ ନବୁଝି କେବଳ ରୋଗୀଙ୍କ ସଂପର୍କୀୟଙ୍କୁ ଭାତ ଦିଆଗଲାନି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମେଡିକାଲ୍‌ରେ ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ରହିଛି। ତାହାକୁ ପୂରଣ କରାଯାଉ ନାହିଁ। ସେଥିପ୍ରତି ଧ୍ୟାନ ଦିଆ ନଯାଇ କେବଳ ସରକାରୀ ଇମେଜ ବିଲ୍‌ଡିଂ କରିବା ପାଇଁ ଏଭଳି କରାଯାଇଛି ବୋଲି ଅଭିଯୋଗ କରିଥିଲେ ପଙ୍କଜ।

‘ଖୋଲାକଥା’ରେ ଡାକ୍ତର ପଙ୍କଜ ପଟେଲ ନିଜ ନିଲମ୍ବନ ପଛର ସତକୁ ପଦାକୁ ଆଣିବା ପରେ ଆଜି ତାଙ୍କ ଉପରୁ ସରକାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ନିଲମ୍ବନର ଦୁଇ ସପ୍ତାହ ନପୁରୁଣୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇ ପୁଣି ଚାକିରିରେ ପୁନଃ ଅବସ୍ଥାପିତ କରାଯାଇଛି। ତାଙ୍କୁ ଏବେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର କନ୍‌ସଲଣ୍ଟାଟ୍‌ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ପଙ୍କଜ କୁମାର ପଟେଲଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଥିଲେ ସରକାର। ସେହିଦିନ 5T ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ଟିମ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିଲେ। ତା’ପରେ କିଛି ସମୟ ମଧ୍ୟରେ ଡାକ୍ତର ପଟେଲଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।

 

Related story