ମୋହନାରେ ବନ୍ୟା ପରିସ୍ଥିତି, ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଗଜପତି: ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ସ୍ଥିତି। ଧୋଇ ହୋଇଯାଇଛି ଅଠରନଳା ପୋଲ। ଫଳରେ ବ୍ଲକର ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହିସବୁ ପଞ୍ଚାୟତର ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହିଛନ୍ତି । ଗତ ଦୁଇଦିନ ଧରି ଲାଗିରହିଥିବା ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି। ଚୁଡୁଙ୍ଗପୁର, ବାଘମାରି, ଅନ୍ତର୍ବା, ବଡ଼ସିନ୍ଧଡ଼ା, ଯୁବ, ପିନ୍ଦିକି ଏସବୁ ପଞ୍ଚାୟତର ଲୋକେ ଦୁଇଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ରହିଛନ୍ତି । […]

gajapati

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 08:28 AM IST

ଗଜପତି: ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ସ୍ଥିତି। ଧୋଇ ହୋଇଯାଇଛି ଅଠରନଳା ପୋଲ। ଫଳରେ ବ୍ଲକର ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହିସବୁ ପଞ୍ଚାୟତର ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହିଛନ୍ତି । ଗତ ଦୁଇଦିନ ଧରି ଲାଗିରହିଥିବା ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି। ଚୁଡୁଙ୍ଗପୁର, ବାଘମାରି, ଅନ୍ତର୍ବା, ବଡ଼ସିନ୍ଧଡ଼ା, ଯୁବ, ପିନ୍ଦିକି ଏସବୁ ପଞ୍ଚାୟତର ଲୋକେ ଦୁଇଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ରହିଛନ୍ତି । ରାସ୍ତା ଉପରେ ପ୍ରବଳ ବେଗରେ ପାଣି ଚାଲୁଥିବାରୁ ସେସବୁ ଅଞ୍ଚଳକୁ ଯା’ଆସ ସମ୍ଭବପର ହୋଇପାରୁନାହିଁ। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, କିଛି ଗାଁରେ ପାଣି ମଧ୍ୟ ପଶିଯାଇଛି। ଫଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

Related story