କମୁନି ମାଙ୍କଡ଼ ଆତଙ୍କ: ପୁଣି ୬ ଗଲେ ମେଡିକାଲ
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ନୀଳଗିରିରେ ଥମୁନି ମାଙ୍କଡ ଆତଙ୍କ। ଘାଟଘର ସାହିରେ ଆଜି ମାଙ୍କଡ ଆକ୍ରମଣରେ ପୁଣି ୬ଜଣ ଗୁରୁତର ହୋଇଛନ୍ତି। ଦୁଇଦିନ ଭିତରେ ମାଙ୍କଡର ଆକ୍ରମଣରେ ୧୧ଜଣ ଆହତ ହୋଇ ସାରିଲେଣି। ମାଙ୍କଡ ଉତ୍ପାତ ଯୋଗୁଁ ଲୋକେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି।
ମାଙ୍କଡ଼କୁ ଧରିବାରେ ବନ ବିଭାଗ କର୍ମଚାରୀମାନେ ପ୍ରୟାସ କରୁଥିଳେ ମଧ୍ୟ କିଛି ଲାଭ ହେଉନାହିଁ। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି। ଏପରିକି ଲୋକେ ଶେରଗଡ ଉଦଳା ମୁଖ୍ୟରାସ୍ତା, ଘାଟଘର ସାହି ଓ ଚେକଗେଟଠାରୁ ଜଗନ୍ନାଥ ମନ୍ଦିର ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।
Ordigital Desk
• Published: Thursday, 09 November 2017
• Updated: 09 November 2017, 07:42 PM IST
Sports
Latest News
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ନୀଳଗିରିରେ ଥମୁନି ମାଙ୍କଡ ଆତଙ୍କ। ଘାଟଘର ସାହିରେ ଆଜି ମାଙ୍କଡ ଆକ୍ରମଣରେ ପୁଣି ୬ଜଣ ଗୁରୁତର ହୋଇଛନ୍ତି। ଦୁଇଦିନ ଭିତରେ ମାଙ୍କଡର ଆକ୍ରମଣରେ ୧୧ଜଣ ଆହତ ହୋଇ ସାରିଲେଣି। ମାଙ୍କଡ ଉତ୍ପାତ ଯୋଗୁଁ ଲୋକେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି।
ମାଙ୍କଡ଼କୁ ଧରିବାରେ ବନ ବିଭାଗ କର୍ମଚାରୀମାନେ ପ୍ରୟାସ କରୁଥିଳେ ମଧ୍ୟ କିଛି ଲାଭ ହେଉନାହିଁ। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି। ଏପରିକି ଲୋକେ ଶେରଗଡ ଉଦଳା ମୁଖ୍ୟରାସ୍ତା, ଘାଟଘର ସାହି ଓ ଚେକଗେଟଠାରୁ ଜଗନ୍ନାଥ ମନ୍ଦିର ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos