ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରୁ ଧସିଲା ମାଟି କାନ୍ଥ। କାନ୍ଥ ତଳେ ଚାପି ହୋଇ ଚାଲିଯାଇଛି ଅଜା ଘର ବୁଲିବାକୁ ଯାଇଥିବା ୩ ବର୍ଷିୟ ନାତୀର ଜୀବନ। ଆଜି ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ବେଗୁନିଆପାଟଣା ଗାଁରେ ଘଟିଛି ଏହି ଅଘଟଣ। ମା’ ସହ ଏହି ଶିଶୁ ଅଜା ଘରକୁ ବୁଲିବାକୁ ଯାଇଥିଲା।
ସୂଚନା ମୁତାବକ, ବାଣପୁରର ବଡ଼ପଦର ଅଂଚଳର ସୁବ୍ରତ ମହାରଣାଙ୍କ ସ୍ତ୍ରୀ ଓ ପୁଅ ରାହୁଲ ଅଜା ଘର ବେଗୁନିଆପାଟଣା ବୁଲିବାକୁ ଆସିଥିଲେ। ନାତୀ ଓ ଝିଅ ଆସିଥିବାରୁ ଅଜା ପ୍ରଫୁଲ ପ୍ରଧାନ ଖୁବ୍ ଖୁସୀ ଥିଲେ। ହେଲେ ଏହି ଅଘଟଣ ସବୁ ଖୁସୀ ପାଣି ଫୋଟକା ଭଳି ଫଟାଇ ଦେଇଛି। ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ରାହୁଲଙ୍କ ବାପା ସୁବ୍ରତ ଚେନ୍ନାଇରେ ଦିନ ମଜୁରିଆ ଭାବେ କର୍ଯ୍ୟ କରନ୍ତି। ଘଟଣାଟି ଏହି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।