ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ ଆହତ

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭୁତୁଡ଼ା ପଞ୍ଚାୟତ ସରେଇକଳା ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ମହିଳା, ପରୁଷ ଓ କିଛି ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର ସରେଇ କଳା ଓ ହଟିଂ ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟା ସମୟରେ ସରେଇ କଳା ଓ ହଟିଂ ଅଞ୍ଚଳର ୨୫ରୁ ଅଧିକ ଲୋକ ପିଡିଏସ ଚାଉଳ […]

accident

Tapaswini Nayak
  • Published: Wednesday, 27 April 2022
  • , Updated: 27 April 2022, 10:07 AM IST

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭୁତୁଡ଼ା ପଞ୍ଚାୟତ ସରେଇକଳା ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ମହିଳା, ପରୁଷ ଓ କିଛି ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର ସରେଇ କଳା ଓ ହଟିଂ ଅଞ୍ଚଳରେ ହୋଇଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ସରେଇ କଳା ଓ ହଟିଂ ଅଞ୍ଚଳର ୨୫ରୁ ଅଧିକ ଲୋକ ପିଡିଏସ ଚାଉଳ ଧରି ପିକ୍‌ଅପ୍‌ ଭ୍ୟାନରେ ଭୁତୁଣୀରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ସରେଇକଳାରେ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story