କା’ ମନ୍ତ୍ରୀରେ ସାରିଦେଲେ ପ୍ରଶ୍ନକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଧହୁଏ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ପ୍ରଶ୍ନକାଳଟି କା’ ମନ୍ତ୍ରୀଙ୍କ ଦ୍ୱାରା ଶେଷ ହୋଇଛି। ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାରରେ ଶାସକ ବିଜେଡି ଏତେ ନିମଗ୍ନ ଯେ, ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ବି ତୁଲାଇବାକୁ ସାମାନ୍ୟତମ ଆଗ୍ରହ ଦେଖାଇନାହିଁ। ଯେଉଁଥିପାଇଁ ଆଜି ଶୂନ୍ୟକାଳରେ ମୋଟ ୧୧ଟି ପ୍ରଶ୍ନ ଆଲୋଚନା ନିମନ୍ତେ ବାଚସ୍ପତି ଡାକିଥିବାବେଳେ ପ୍ରଶ୍ନକର୍ତ୍ତା ଶାସକ ବିଜେଡି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପ୍ରଶାନ୍ତ ଜଗଦେବ, ରମେଶ […]

Most-ministers-and-mlas-bunk-assembly-to-campaign-in-patkura

Manoranjan Sial
  • Published: Wednesday, 17 July 2019
  • Updated: 17 July 2019, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଧହୁଏ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ପ୍ରଶ୍ନକାଳଟି କା’ ମନ୍ତ୍ରୀଙ୍କ ଦ୍ୱାରା ଶେଷ ହୋଇଛି। ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାରରେ ଶାସକ ବିଜେଡି ଏତେ ନିମଗ୍ନ ଯେ, ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ବି ତୁଲାଇବାକୁ ସାମାନ୍ୟତମ ଆଗ୍ରହ ଦେଖାଇନାହିଁ। ଯେଉଁଥିପାଇଁ ଆଜି ଶୂନ୍ୟକାଳରେ ମୋଟ ୧୧ଟି ପ୍ରଶ୍ନ ଆଲୋଚନା ନିମନ୍ତେ ବାଚସ୍ପତି ଡାକିଥିବାବେଳେ ପ୍ରଶ୍ନକର୍ତ୍ତା ଶାସକ ବିଜେଡି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପ୍ରଶାନ୍ତ ଜଗଦେବ, ରମେଶ ଚନ୍ଦ୍ର ବେହେରା, ସୁଧୀର ସାମଲ, ପ୍ରଶାନ୍ତ କୁମାର ମୁଦୁଲି ଓ ବିଜେପି ବିଧାୟକ କୁସୁମ ଟେଟେଙ୍କ ଅନୁପସ୍ଥିତି ଯୋଗୁ ଏହା ଉପରେ ଆଲୋଚନା ହୋଇପାରିନଥିଲା। ଆଉ ଯେଉଁ ୫ଟି ପ୍ରଶ୍ନ ଉପରେ ଆଲୋଚନା ହେଲା ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀ ନରଖି ଅଧିକାରପ୍ରାପ୍ତ ବା କା’ମନ୍ତ୍ରୀମାନେ ଗୃହରେ ଉତ୍ତର ରଖିଥିଲେ। ବିଧାନସଭାରେ ଆଜି ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଥିଲା।

ଆଜି ବିଧାନସଭାରେ ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସ୍କୁଲ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରଶ୍ନ ଆସିବାର କାର୍ଯ୍ୟକ୍ରମ ରହିଥିଲା । ବିଧାୟକମାନେ ସାଧାରଣତଃ ନିଜ ନିଜର ପ୍ରଶ୍ନର ଉତ୍ତର ସିଧାସଳଖ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କଠୁ ପାଇବେ ବୋଲି ମଧ୍ୟ ଆଶା ରଖିଥାନ୍ତି । କିନ୍ତୁ ପ୍ରଥମଥର ପାଇଁ ଏହି ସମସ୍ତ ବିଭାଗର ମନ୍ତ୍ରୀମାନେ ପ୍ରଶ୍ନକାଳରେ ଅନୁପସ୍ଥିତ ରହିଥିଲେ। ସେମାନେ ସମସ୍ତେ ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ଜଣାପଡ଼ିଛି।

କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଡେରାବିଶ ବ୍ଲକରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବାବେଳେ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗରଦପୁର ବ୍ଲକରେ ବିଜେଡି ନିର୍ବାଚନ ପରିଚାଳନା ଦାୟିତ୍ୱ ସମ୍ଭାଳିଛନ୍ତି। ଆଜି ବିଧାନସଭା ପ୍ରଶ୍ନକାଳରେ ସେମାନଙ୍କ ବିଭାଗର ପ୍ରଶ୍ନ ଆସୁଥିବା କଥା ଏହି ମନ୍ତ୍ରୀମାନେ ଦୀର୍ଘ ୧୫ଦିନ ପୂର୍ବରୁ ଜାଣିଛନ୍ତି। ତଥାପି ସେମାନେ ଆଜି ଗୃହ କାର୍ଯ୍ୟରେ ସାମିଲ ହେବାକୁ ଉଚିତ୍ ମଣିନଥିଲେ ବରଂ ନିଜ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ସାମିଲ ହେବାକୁ ଅଧିକ ପ୍ରାଥମିକତା ଦେଇଥିଲେ।

ମନ୍ତ୍ରୀ ଅରୁଣ ସାହୁ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରିବର୍ତ୍ତେ ସେମାନଙ୍କର ବିଭାଗର ପ୍ରଶ୍ନର ଉତ୍ତର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଦେଇଥିବାବେଳେ ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ଦେଇଥିଲେ। ଗୃହରେ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୧୩ଜଣ ଓ ବିଜେଡିର ୧୧୧ ବିଧାୟକଙ୍କ ମଧ୍ୟରୁ ୬୧ଜଣ ଅନୁପସ୍ଥିତ ରହିଥିଲେ। ଶାସକ ବିଜେଡିର ବିଧାୟକ ଓ ମନ୍ତ୍ରୀମାନଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story