ସିଏମଙ୍କ ପିଏସ୍‌ଙ୍କ ଯୋଗୁ ଅଟକିଛି ମନ୍ତ୍ରୀଙ୍କୁ ପିଏସ୍ ଆବଣ୍ଟନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମନ୍ତ୍ରିପରିଷଦ ଗଠନକୁ ୧୫ଦିନ ବିତିଲାଣି। କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କୁ ପିଏସ୍ (ବ୍ୟକ୍ତିଗତ ସଚିବ) ଦେବାରେ ସରକାର ସକ୍ଷମ ହୋଇନାହାନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଓ ତାଙ୍କ ନିଜ ପିଏସ୍ ହଲିଡେ୍ ଟ୍ରିପରେ ବାହାରକୁ ଯାଇଥିବାରୁ ମନ୍ତ୍ରୀମାନଙ୍କ ଅଫିସରରେ ଏପର୍ଯ୍ୟନ୍ତ ପିଏସ୍ ନିଯୁକ୍ତି ପାଇନାହାନ୍ତି ବୋଲି ଜଣାପଡ଼ିଛି। ଅବଶ୍ୟ ଇତିମଧ୍ୟରେ ସିଏମଙ୍କ ନିଜ ପିଏସ ବିଦେଶରୁ ଫେରିଆସି ଦିଲ୍ଲୀରେ ଅଛନ୍ତିି। କିନ୍ତୁ ସେ ଭୁବନେଶ୍ୱରକୁ ନ ଫେରିବା ଯାଏ […]

most-ministers-are-yet-to-get-their-ps-because-cms-ps-is-away-holidaying

Manoranjan Sial
  • Published: Thursday, 13 June 2019
  • Updated: 13 June 2019, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମନ୍ତ୍ରିପରିଷଦ ଗଠନକୁ ୧୫ଦିନ ବିତିଲାଣି। କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କୁ ପିଏସ୍ (ବ୍ୟକ୍ତିଗତ ସଚିବ) ଦେବାରେ ସରକାର ସକ୍ଷମ ହୋଇନାହାନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଓ ତାଙ୍କ ନିଜ ପିଏସ୍ ହଲିଡେ୍ ଟ୍ରିପରେ ବାହାରକୁ ଯାଇଥିବାରୁ ମନ୍ତ୍ରୀମାନଙ୍କ ଅଫିସରରେ ଏପର୍ଯ୍ୟନ୍ତ ପିଏସ୍ ନିଯୁକ୍ତି ପାଇନାହାନ୍ତି ବୋଲି ଜଣାପଡ଼ିଛି। ଅବଶ୍ୟ ଇତିମଧ୍ୟରେ ସିଏମଙ୍କ ନିଜ ପିଏସ ବିଦେଶରୁ ଫେରିଆସି ଦିଲ୍ଲୀରେ ଅଛନ୍ତିି। କିନ୍ତୁ ସେ ଭୁବନେଶ୍ୱରକୁ ନ ଫେରିବା ଯାଏ କିଛି ହୋଇପାରିବନି ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ନୂଆ ସରକାର ଶପଥ ନେବାପରେ ସଂସଦୀୟ ବିଭାଗ ପକ୍ଷରୁ ମନ୍ତ୍ରୀମାନଙ୍କୁ ତତ୍କାଳ ଗାଡ଼ି, ଡ୍ରାଇଭର ଓ ଅନ୍ୟାନ୍ୟ ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଯିବା ସହ ଚ୍ୟାମ୍ବର ଆବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମନ୍ତ୍ରୀମାନଙ୍କୁ ସରକାରୀ କ୍ୱାର୍ଟର୍ସ ମଧ୍ୟ ଆବଣ୍ଟନ କରାଯାଏ। ଇତିମଧ୍ୟରେ ୧୫ଦିନ ବିତିଯାଇଥିଲେ ବି ଅଧିକାଂଶ ମନ୍ତ୍ରୀ ନିଜ ଚ୍ୟାମ୍ବରରେ ବସି ସରକାରୀ କାର୍ଯ୍ୟ କରିପାରୁ ନାହାନ୍ତି। ମନ୍ତ୍ରୀମାନେ ନିଜ ପସନ୍ଦର ବ୍ୟକ୍ତିଗତ ସଚିବ(ଓଏଏସ୍ ଅଫିସର ର‌୍ୟାଙ୍କ୍)ଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠା ପଠାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମଞ୍ଜୁରୀ ପାଉନି।

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ହିଁ ପିଏସ୍ ଆବଣ୍ଟନ କରାଯିବ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀମାନଙ୍କୁ କୁହାଯାଇଛି। ତେବେ ଅଧିକାଂଶ ମନ୍ତ୍ରୀ ନିଜ ପସନ୍ଦର ପିଏସ୍ ପାଇଁ ଯେଉଁ ତାଲିକା ଦେଇଛନ୍ତି, ତାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ରିଜେକ୍ଟ କରିଦେଇଥିବା ଜଣାପଡ଼ିଛି। ଅଫିସରମାନଙ୍କ ଆନୁଗତ୍ୟ ଓ ଦକ୍ଷତାକୁ ଆକଳନ କରି ଗୁଇନ୍ଦା ରିପୋର୍ଟ ଆଧାରରେ ହିଁ ସମ୍ପୃକ୍ତ ଅଫିସରଙ୍କୁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଭାବେ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି। ଏପଟେ ଅନେକ ମନ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ମିଳିନଥିବାରୁ ସେମାନେ ଗେଷ୍ଟ ହାଉସ, ଆଇବି ଓ ସର୍କିଟ ହାଉସରେ ରହିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ କ୍ୱାର୍ଟର୍ସ କେବେ ମିଳିବ ତାହା ବି ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ କରୁନଥିବା ଜଣାପଡ଼ିଛି।

ପିଏସ୍ ମିଳିନଥିବାରୁ ସଚିବାଳୟରେ ଡିଜିଟାଲ ଫାଇଲ ଯଥା ଓଡ଼ିଶା ସେକ୍ରେଟେରୀଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ(ଓସ୍ୱାସ) ମାଧ୍ୟମରେ କାର୍ଯ୍ୟ କରିବାର ସୁବିଧା ମନ୍ତ୍ରୀମାନେ ଉଠାଇବାରେ ସକ୍ଷମ ହେଉନାହାନ୍ତି। ତା’ଛଡ଼ା ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇନଥିବାରୁ କେଉଁ ଫାଇଲ୍ ଉପରେ କ’ଣ ଲେଖାଯିବ, ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଯିବ କି ନାହିଁ ତାହା ମଧ୍ୟ କିଛି ମନ୍ତ୍ରୀ ଜାଣିପାରୁନାହାନ୍ତି। ଯେଉଁଥିପାଇଁ ଅନେକ ଜରୁରୀ ଫାଇଲ ଉପରେ ମନ୍ତ୍ରୀମାନେ ସ୍ୱାକ୍ଷର କରିବାକୁ କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ’ ୨୯ତାରିଖରେ ନୂଆ ସରକାର ଶପଥ ନେବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାଂଶ ଅଫିସର ସପରିବାର ଛୁଟି କଟାଇବା ପାଇଁ ବାହାରକୁ ପଳାଇଥିଲେ। ଅବଶ୍ୟ ଇତିମଧ୍ୟରେ ସମସ୍ତେ ଛୁଟି କଟାଇ ଫେରିଲେଣି। ତଥାପି ମୁଖ୍ୟମନ୍ତ୍ରୀ ମଧ୍ୟ ୯ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓଡ଼ିଶାରେ ନଥିବାରୁ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପିଏସ୍ ମିଳିବାରେ ବିଳମ୍ବ ହେଉଛି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story