କୂଅ ଭିତରୁ ମିଳିଲା ମା' ଓ ପୁଅଙ୍କ ମୃତଦେହ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): କୂଅ ଭିତରୁ ଉଦ୍ଧାର ହୋଇଛି ମା’ ପୁଅଙ୍କ ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡ଼ିପଡ଼ା ଗାଁରେ। ଗୋଡିପଡା ଗାଁର ମନୋଜ ଶ୍ରୀଚନ୍ଦନଙ୍କ ସ୍ତ୍ରୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ଶିଶୁପୁତ୍ର ସକାଳୁ ନିଖୋଜ ଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଏକ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ଖବର ପାଇ ଜଙ୍କିଆ ଥାନା ପୁଲିସ […]

well

Ranjit Kumar Jena
  • Published: Thursday, 29 October 2020
  • , Updated: 29 October 2020, 07:26 AM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): କୂଅ ଭିତରୁ ଉଦ୍ଧାର ହୋଇଛି ମା' ପୁଅଙ୍କ ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡ଼ିପଡ଼ା ଗାଁରେ। ଗୋଡିପଡା ଗାଁର ମନୋଜ ଶ୍ରୀଚନ୍ଦନଙ୍କ ସ୍ତ୍ରୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ଶିଶୁପୁତ୍ର ସକାଳୁ ନିଖୋଜ ଥିଲେ।

ତେବେ ବୁଧବାର ସନ୍ଧ୍ୟାରେ ଏକ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ଖବର ପାଇ ଜଙ୍କିଆ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମା' ପୁଅଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରିଥିଲେ।

ତେବେ କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତଦନ୍ତ ହେଲା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Related story