ବାପ ଘର ନୁହେଁ, ମହିଳା ସରପଞ୍ଚ ପଠାଇଲେ ସାବିତ୍ରୀ ଭାର

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ମାଆ ସାଜିଲେ ସରପଞ୍ଚ। ଝିଅ ଘର ପରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ମହିଳାଙ୍କ ପାଖକୁ ପଠାଉଛନ୍ତି ସାବିତ୍ରୀ ଭାର। ମହାମାରୀ ‘କରୋନା’ ପାଇଁ ସବୁଠି ଭୟର ବାତାବରଣ ଖେଳି ଯାଇଥିବା ବେଳେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚର ଏପରି ପ୍ରୟାସକୁ ନେଇ ଗଞ୍ଜାମ ଜିଲ୍ଲାରେ ଆଲୋଚନା ହେଉଛି। ଓଡ଼ିଆ ପରମ୍ପରା ଅନୁସାରେ ଆସନ୍ତାକାଲି ପଡ଼ୁଛି ସାବିତ୍ରୀ ଅମାବାସ୍ୟା। ଏହି ବ୍ରତ କରିବା ପାଇଁ ବପଘରୁ ଆସିଥାଏ ଭାର(ପୂଜା ସାମଗ୍ରୀ)। ହେଲେ ପ୍ରବାସରେ […]

sarpanch

sarpanch

Manoranjan Sial
  • Published: Thursday, 21 May 2020
  • Updated: 21 May 2020, 10:11 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ମାଆ ସାଜିଲେ ସରପଞ୍ଚ। ଝିଅ ଘର ପରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ମହିଳାଙ୍କ ପାଖକୁ ପଠାଉଛନ୍ତି ସାବିତ୍ରୀ ଭାର। ମହାମାରୀ ‘କରୋନା’ ପାଇଁ ସବୁଠି ଭୟର ବାତାବରଣ ଖେଳି ଯାଇଥିବା ବେଳେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚର ଏପରି ପ୍ରୟାସକୁ ନେଇ ଗଞ୍ଜାମ ଜିଲ୍ଲାରେ ଆଲୋଚନା ହେଉଛି।

ଓଡ଼ିଆ ପରମ୍ପରା ଅନୁସାରେ ଆସନ୍ତାକାଲି ପଡ଼ୁଛି ସାବିତ୍ରୀ ଅମାବାସ୍ୟା। ଏହି ବ୍ରତ କରିବା ପାଇଁ ବପଘରୁ ଆସିଥାଏ ଭାର(ପୂଜା ସାମଗ୍ରୀ)। ହେଲେ ପ୍ରବାସରେ ଥିବା ମହିଳାମାନେ ଓଡ଼ିଶା ଆସି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ଯାହାଫଳରେ ସେମାନଙ୍କ ପାଖରେ ପହଞ୍ଚି ପାରୁନି ବାପ ଘର ଲୋକଙ୍କ ଭାର। ସେଥିପାଇଁ ଅଣ୍ଟା ଭିଡିଛନ୍ତି ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତର ମହିଳା ସରପଞ୍ଚ ଇନ୍ଦ୍ରାବାଇ ରାଜୁ। ସେ ନିଜର ମାନବିକତା ଦେଖାଇ ପଞ୍ଚାୟତରେ ଥିବା ୩ଟି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୨୦ ଜଣ ମହିଳାଙ୍କ ପାଖକୁ ପଠାଇଛନ୍ତି ସାବିତ୍ରୀ ଭାର। ନିଜ ଝିଅକୁ ଯେଭଳି ଯାବତୀୟ ସାମଗ୍ରୀ ଦିଅନ୍ତି, ଠିକ୍‌ ସେହିପରି ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତ ମହିଳାଙ୍କ ପାଖକୁ ପଠାଇଛନ୍ତି ସରପଞ୍ଚ।

ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ସହିତ ସମସ୍ତ ଦାୟିତ୍ୱ ଗ୍ରହଣ କରିବାକୁ କହିଛନ୍ତି। ସେ ପରିପ୍ରେକ୍ଷୀରେ ସେମାନେ ଯେମିତି ସାବିତ୍ରୀ ବ୍ରତରୁ ବଂଚିତ ନ ହେବେ, ସେଥିଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି ମହିଳା ସରପଞ୍ଚ ଇନ୍ଦ୍ରାବାଇ ରାଜୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos