୭ ଦିନର ଶିଶୁକୁ ଛାଡ଼ି ପଳାଇଲା ମା’, ବାପା କଲା ଏମିତି କାମ

ଫୁଲବାଣୀ(ତ୍ରିନାଥ ସାହୁ): ୧୦ ମାସ ଗର୍ଭରେ ରଖି ଛୁଆଟିକୁ ଜନ୍ମ ଦେଲା ମା’ । ହେଲେ ମାତ୍ର ୭ ଦିନ ପରେ ଶିଶୁପୁତ୍ରକୁ ଛାଡ଼ି ପଳାଇଲା ମା’। ବାପା ଠିକ୍‌ରେ ଲାଳନପାଳନ କରିପାରିବନି ବୋଲି ପିଲାଟିକୁ ଅନ୍ୟ ଦମ୍ପତିକୁ ଦେଇଦେଲା।  ଏହି ଖବର ପ୍ରଚାରିତ ହେବା ପରେ ଚାଇଲ୍ଡ ଲାଇନ ଓ ପ୍ରଶାସନର ସହାୟତାରେ ପିଲାଟିକୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ। ଏନେଇ ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ […]

child-FInal9999

Tapaswini Nayak
  • Published: Thursday, 06 August 2020
  • , Updated: 06 August 2020, 02:11 PM IST

ଫୁଲବାଣୀ(ତ୍ରିନାଥ ସାହୁ): ୧୦ ମାସ ଗର୍ଭରେ ରଖି ଛୁଆଟିକୁ ଜନ୍ମ ଦେଲା ମା’ । ହେଲେ ମାତ୍ର ୭ ଦିନ ପରେ ଶିଶୁପୁତ୍ରକୁ ଛାଡ଼ି ପଳାଇଲା ମା’। ବାପା ଠିକ୍‌ରେ ଲାଳନପାଳନ କରିପାରିବନି ବୋଲି ପିଲାଟିକୁ ଅନ୍ୟ ଦମ୍ପତିକୁ ଦେଇଦେଲା।  ଏହି ଖବର ପ୍ରଚାରିତ ହେବା ପରେ ଚାଇଲ୍ଡ ଲାଇନ ଓ ପ୍ରଶାସନର ସହାୟତାରେ ପିଲାଟିକୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ। ଏନେଇ ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ପୁଲିସ୍‌  ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଗତ ମାସ ୨୭ ତାରିଖରେ ବୁଡୁ ପଡ଼ାର ଜଗଦୀଶ ଦିଗାଲଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ୨ ତାରିଖରେ ରାତିରେ ଛୁଆକୁ ଛାଡ଼ି ମା’ କେଉଁ ଆଡ଼େ ପଳାଇ ଯାଇଥିଲା। ଏହାପରେ ଜଗଦୀଶ ନିଜ ସ୍ତ୍ରୀକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ । ହେଲେ ପାଇ ନଥିଲେ। ପରେ ଜଣେ ଗାଁ ଲୋକଙ୍କ କଥାରେ ଜଗଦୀଶ ଶିଶୁଟିକୁ ଫୁଲବାଣୀର ଅନନ୍ତ କହଁର ଓ ପ୍ରମିଳା କହଁରଙ୍କୁ  ଦେଇ ଦେଇଥିଲେ। ସେମାଙ୍କର ସନ୍ତାନ ନଥିଲା। ଏହି ଖବର ପ୍ରଚାର ହେବା ପରେ DCPO ରଶ୍ମିତା କରଣ ଓ ଚାଇଲ୍ଡ ଘଟଣାସ୍ଥଳରେ ପହଞ୍ଚି ଗତକାଲି ଶିଶୁଟିକୁ ଫୁଲବାଣୀରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ସେପଟେ ଘରୁ ପଳାଇ ଯାଇଥିବା ମା’କୁ ଗତକାଲି ସୁଡରକୁମ୍ପା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଶିଶୁର ବାପା ଜଗଦୀଶ ଦିଗାଲ କହିଛନ୍ତି, ପୁଅର ମା’ ପଳାଇବାରୁ ମୁଁ ବାଧ୍ୟ ହୋଇ ଲାଳନ ପାଳନ ପାଇଁ ଶିଶୁ ପୁତ୍ରକୁ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲି।

କନ୍ଧମାଳ ଡିସିପିଓ କହିଛନ୍ତି, ଶିଶୁ ବିକ୍ରି କରାଯାଇଥିଲା କି କେବଳ ଲାଳନପାଳନ ପାଇଁ ଏପରି କରାଯାଇଥିଲା, ପୁଲିସ ତଦନ୍ତରୁ ଜଣାପଡ଼ିବ। ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story