ନିଷ୍ଠୁର କର୍କଟ: ଆଗ ମା’ ପରେ ଝିଅକୁ ନେଇଗଲା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ତୋର କୃଷ୍ଣ ଚୁଡା ରଙ୍ଗର ନାଲି ଓଢ଼ଣି, ହାଏ ହାଏ ତୋ ମଲି ଫୁଲ ଗଜରା, ମିଛେଇ ଝିଅ ହାଏ ମିଛେଇ ଝିଅ, ତୋ ଟଣା ଟଣା ଆଖି,ଦବୁ ଯଦି ଗୋରୀ ଦିଲ ଦେଇ ଯା।…। ଏମିତି ଅନେକ ହିଟ୍‌ ଆଲବମରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଚହେଲେଇ ଦେଇଥିବା ଚୁଲବୁଲି ନାୟିକା ଆଜି ଆରପାରିକୁ ଚାଲିଯାଇଛନ୍ତି। ଝୁରୁଛି ଓଲିଉଡ୍‌ ଜଗତ। ଭାଳି ହେଉଛିନ୍ତି ପରିବାର ଲୋକେ ଓ ଝୁରୁଛନ୍ତି ଦର୍ଶକେ। ସୋଶାଲ ମଡିଆରେ […]

deepa sahoo

deepa sahoo

Tapas Behera
  • Published: Monday, 27 July 2020
  • Updated: 27 July 2020, 08:56 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ତୋର କୃଷ୍ଣ ଚୁଡା ରଙ୍ଗର ନାଲି ଓଢ଼ଣି, ହାଏ ହାଏ ତୋ ମଲି ଫୁଲ ଗଜରା, ମିଛେଇ ଝିଅ ହାଏ ମିଛେଇ ଝିଅ, ତୋ ଟଣା ଟଣା ଆଖି,ଦବୁ ଯଦି ଗୋରୀ ଦିଲ ଦେଇ ଯା।...। ଏମିତି ଅନେକ ହିଟ୍‌ ଆଲବମରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଚହେଲେଇ ଦେଇଥିବା ଚୁଲବୁଲି ନାୟିକା ଆଜି ଆରପାରିକୁ ଚାଲିଯାଇଛନ୍ତି।

ଝୁରୁଛି ଓଲିଉଡ୍‌ ଜଗତ। ଭାଳି ହେଉଛିନ୍ତି ପରିବାର ଲୋକେ ଓ ଝୁରୁଛନ୍ତି ଦର୍ଶକେ। ସୋଶାଲ ମଡିଆରେ ଶୋକର ଛାୟା। ସମସ୍ତେ ନିରବ। ସମସ୍ତେ ଗୁମସୁମ୍‌। କର୍କଟ ରୋଗରେ ଅକାଳରେ ଝଡ଼ିଗଲେ ଆଲବମ୍ କୁଇନ୍ ଦୀପା ସାହୁ । ୨ ବର୍ଷରୁ ଅଧିକ ସମୟ ଧରି କର୍କଟ ସହ ନିରବଚ୍ଛିନ୍ନ ଲଢେଇ ପରେ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ସେ। ଏବେ ଝିଅ ଆଉ ୧୯ ବର୍ଷ ପୂର୍ବରୁ ତାଙ୍କ ମାଙ୍କୁ ମଧ୍ୟ ଏମତି ନେଇଯାଇଥିଲା ନିଷ୍ଠୁର କର୍କଟ।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ଏନେଇ  ତାଙ୍କ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ୨ ବର୍ଷରୁ ଅଧିକ ସମୟ ଧରି ଦୀପା କ୍ୟାନସର ସହ ଲଢେଇ କରୁଥିଲେ। ଗତ ମାସରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ଓ ତା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀପା ଆଲବମ୍ ଅଭିନୟ ସହ ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଥିଲେ। ଅଭିନେତ୍ରୀ ଦୀପା ସାହୁ ଜନ୍ମଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଲ୍ୟାମ୍ବା ଗାଁରେ ଜନ୍ମ ହୋଇଥିଲେ।

ତାଙ୍କ ବାପା ହେଉଛନ୍ତି ଉଲ୍ଲାସ ସାହୁ ଓ ମା ସ୍ୱର୍ଗତା ମଞ୍ଜୁଲତା ସାହୁ। ପିଲାବେଳୁ ଦୀପା ଢେଙ୍କାନାଳ ସହରର ଜବାହରଚୌକ ସ୍ଥିତ ନିଜ ମାମୁଙ୍କ ଘରେ ରହି ପାଠ ପଢୁଥିଲେ । ସେ ଢେଙ୍କାନାଳର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ହାଇସ୍କୁଲରେ ପାଠ ପଢ଼ିଥିଲେ । ଛୋଟ ବେଳୁ ସେ ଓଡ଼ିଶୀ ନୃତ୍ୟରେ ରୁଚି ରଖିଥିଲେ । ଦୀପା ୧୬ ବର୍ଷର ହୋଇଥିବାବେଳେ ତାଙ୍କ ମା ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଦୀପା ୧୯୯୬ ମସିହାରୁ ଆଲବମ ଦୁନିଆରେ ପାଦ ଥାପିଥିଲେ । ପରେ ସେ ମନିନ୍ଦ୍ର ଦତ୍ତଙ୍କୁ ବିବାହ କରିଥିଲେ। ତାଙ୍କର ୧୧ ବର୍ଷର ଝିଅଟିଏ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story