ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଭଟଲି ଛକରେ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ତେବେ ସୌଭାଗ୍ୟବଶତଃ କାରରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଡ୍ରାଇଭର୍। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା। ତେବେ କାର୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ,ଭଟଲି ଛକ ଦେଇ କାରରେ ଯାଉଥିବା ବେଳେ ହଠାତ୍ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ […]

car

Tapaswini Nayak
  • Published: Sunday, 08 November 2020
  • , Updated: 08 November 2020, 09:55 AM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଭଟଲି ଛକରେ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ତେବେ ସୌଭାଗ୍ୟବଶତଃ କାରରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଡ୍ରାଇଭର୍। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା। ତେବେ କାର୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ,ଭଟଲି ଛକ ଦେଇ କାରରେ ଯାଉଥିବା ବେଳେ ହଠାତ୍ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ିରୁ ବାହାରି ଆସିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। କିଛି ସମୟ ଭିତରେ ଦେଖୁ ଦେଖୁ କାରରେ ନିଆଁ ହୁତ୍ ହୁତ୍ ହୋଇ ଜଳିଯାଇଥିଲା।

Related story