ଲୋକଙ୍କ ସମ୍ମୁଖରେ ନିଜ ରିପୋର୍ଟ କାର୍ଡ ରଖିବେ ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ନୂଆ ସଙ୍କଳ୍ପ ସହ ନିଜ ଭୋଟରଙ୍କ ସମ୍ମୁଖକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେଉଁମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି, ଆସ୍ଥା ପ୍ରକଟ କରି ତାଙ୍କୁ ଜିତାଇଛନ୍ତି ଓ ତାଙ୍କ ସହ ଛିଡ଼ା ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ରହିଛି ବୋଲି କହିଛନ୍ତି ଅପରାଜିତା। ସେଥିପାଇଁ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ବୋଲି କହିଛନ୍ତି। ଏହାଦ୍ୱାରା ସେ […]

aparajita-2-1

aparajita-2-1

Niharika Rout
  • Published: Friday, 03 January 2020
  • Updated: 03 January 2020, 12:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ନୂଆ ସଙ୍କଳ୍ପ ସହ ନିଜ ଭୋଟରଙ୍କ ସମ୍ମୁଖକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେଉଁମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି, ଆସ୍ଥା ପ୍ରକଟ କରି ତାଙ୍କୁ ଜିତାଇଛନ୍ତି ଓ ତାଙ୍କ ସହ ଛିଡ଼ା ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ରହିଛି ବୋଲି କହିଛନ୍ତି ଅପରାଜିତା। ସେଥିପାଇଁ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ବୋଲି କହିଛନ୍ତି। ଏହାଦ୍ୱାରା ସେ ସେମାନଙ୍କୁ ନିଜ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇପାରିବେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ସଂସଦକୁ ନିର୍ବାଚିତ ହେବାର ବର୍ଷେ ମଧ୍ୟରେ ସେ ନିଜ ନିର୍ବାଚନ ମଣ୍ଡଳୀବାସୀଙ୍କ ନିମନ୍ତେ କ’ଣ ସବୁ କରିଛନ୍ତି, ସେନେଇ ବିସ୍ତୃତ ତଥ୍ୟ ଦେବେ ବୋଲି ଆଜି ଏକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଗଣତନ୍ତ୍ରରେ ଉତ୍ତରଦାୟୀ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅନୁଭବ କରୁଥିବା ଲେଖିଛନ୍ତି।

ଗତବର୍ଷ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଅପରାଜିତା କରିଥିବା କାର୍ଯ୍ୟ ଓ ପ୍ରକଳ୍ପ ଏଥିରେ ସାମିଲ ହୋଇପାରେ ବୋଲି ଆଲୋଚନା ହେଉଛି। ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ୍‌ରେ ସେ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos