ରାଜ୍ୟରେ ଅଲୋଡ଼ା ଥିଲେ, ପୁଣି କେନ୍ଦ୍ରକୁ ଫେରିଗଲେ ଅପରାଜିତାଙ୍କ ଆଇଏଏସ୍ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱାମୀ ତଥା ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ସନ୍ତୋଷ କୁମାର ଷଡ଼ଙ୍ଗୀ ବର୍ଷେ ନପୁରୁଣୁ ପୁଣିଥରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ ସରକାର ତାଙ୍କୁ ରିଲିଭ୍ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସହ ଏନସିଟିଇ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୂଚନା ଅନୁସାରେ, ନିଜର କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷକରି ଆଇଏଏସ୍ ଶ୍ରୀ ଷଡ଼ଙ୍ଗୀ […]

mp-aparajita-sarangi

mp-aparajita-sarangi

Ordigital Desk
  • Published: Monday, 12 April 2021
  • Updated: 12 April 2021, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱାମୀ ତଥା ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ସନ୍ତୋଷ କୁମାର ଷଡ଼ଙ୍ଗୀ ବର୍ଷେ ନପୁରୁଣୁ ପୁଣିଥରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ ସରକାର ତାଙ୍କୁ ରିଲିଭ୍ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସହ ଏନସିଟିଇ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସୂଚନା ଅନୁସାରେ, ନିଜର କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷକରି ଆଇଏଏସ୍ ଶ୍ରୀ ଷଡ଼ଙ୍ଗୀ ୨୦୨୦ ମେ’ ମାସରେ ଓଡ଼ିଶା ଫେରିଥିଲେ। ତାଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଲୋଡ଼ା କରିଦେଇଥିଲେ। ସେହି ବିଭାଗର ମନ୍ତ୍ରୀ ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜର ରୋକଠୋକ୍ ଆଭିମୁଖ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଉଥିବାବେଳେ ସ୍ଥାନୀୟ ବିଧାୟକ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଜେଡି ତରଫରୁ ତାଙ୍କୁ କାଉଣ୍ଟର କରୁଥିଲେ।

ଏଭଳି ସ୍ଥିତିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଆଇଏଏସ୍ ସ୍ୱାମୀ ଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ସଚିବ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅଧୀନରେ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ହୋଇପଡ଼ିଥିଲା। ତେବେ ଏସବୁ ପ୍ରସଙ୍ଗକୁ ଚର୍ଚ୍ଚାକୁ ନଆଣି ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ରୀୟ ଡେପୁଟେସନକୁ ପୁଣିଥରେ ଫେରିଯାଇଛନ୍ତି । ବିରୋଧୀ ଦଳ ସାଂସଦଙ୍କ ସ୍ୱାମୀ ହୋଇଥିବା ଯୋଗୁ ତାଙ୍କ ଉପରେ ସରକାରୀ ଦଳର ଚାପ ରହୁଥିଲା ଓ ଆଗକୁ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଥିବାରୁ ଏହି ଚାପ ଅଧିକ ହେବାର ଆଶଙ୍କା କରି ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ରୀୟ ଡେପୁଟେସନରେ ପଳାଇଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ଓଡ଼ିଆ ଆଇଏଏସ୍ ଅଫିସର ଶ୍ରୀ ଷଡ଼ଙ୍ଗୀ ଗତ ମେ’ ମାସଠୁ ଗୁରୁତ୍ୱହୀନ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ଓ ତାଙ୍କ ଭଳି ଜଣେ ବରିଷ୍ଠ ଆଇଏଏସଙ୍କ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ ତାଙ୍କୁ ନିରାଶ କରିଥିଲା ବୋଲି ତାଙ୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି।

ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ଆରଆରଟିଏସ୍ ଅଫିସର ମନୋଜ କୁମାର ମିଶ୍ରଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଭାରତୀୟ ରେଳବାଇ ସେବା ଅଫିସର ଶ୍ରୀ ମିଶ୍ରଙ୍କୁ ଡେପୁଟେସନରେ ଆଣିଥିବା ରାଜ୍ୟ ସରକାର ତାଙ୍କୁ ଏବେ ଆଇଟି ବିଭାଗର ସଚିବ(ଇନଚାର୍ଜ), ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos