ସାଂସନ୍ଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

କଟକ: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ରବୀନ୍ଦ୍ରଙ୍କ ଆଗୁଆ ଜାମିନ ଆବେଦନର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ସିବିଆଇ ଏହି ମାମଲାରେ ସାଂସଦ ଜେନାଙ୍କୁ ଦୁଇ ଥର ଜେରା କରି ସାରିଛି। ଏପରିକି ସିବିଆଇ ତାଙ୍କ ଦିଲ୍ଲୀ ଓ ବାଲେଶ୍ୱର ସ୍ଥିତ ଘରେ ଚଢାଉ କରିଥିଲା। କେବଳ ସିବଆଇ ନୁହେଁ ସେଣ୍ଟ୍ରାଲ […]

rabindra

Rakesh Mallick
  • Published: Monday, 06 March 2017
  • , Updated: 06 March 2017, 04:17 PM IST

କଟକ: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ରବୀନ୍ଦ୍ରଙ୍କ ଆଗୁଆ ଜାମିନ ଆବେଦନର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ପୂର୍ବରୁ ସିବିଆଇ ଏହି ମାମଲାରେ ସାଂସଦ ଜେନାଙ୍କୁ ଦୁଇ ଥର ଜେରା କରି ସାରିଛି। ଏପରିକି ସିବିଆଇ ତାଙ୍କ ଦିଲ୍ଲୀ ଓ ବାଲେଶ୍ୱର ସ୍ଥିତ ଘରେ ଚଢାଉ କରିଥିଲା। କେବଳ ସିବଆଇ ନୁହେଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସସାଇଜ୍ (ସିବିଇସି) ଜେନାଙ୍କ ଓଟି ରୋଡ୍ ସ୍ଥିତ ଅଫିସ୍‌ ଓ ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଚଢାଉ କରାଯାଉଥିବା ସେତେବେଳେ ସାଂସଦ ଜେନା କହିଥିଲେ।

Related story