’ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି। ଓଡ଼ିଶା ସରକାର ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟରେ ପୂରା ବିଫଳ ହୋଇଛନ୍ତି।” ଓଡ଼ିଶାର କରୋନା ସ୍ଥିତି ନେଇ ଗତକାଲି ଲୋକସଭାରେ ଏମିତି ବର୍ଷିଥିଲେ ସାଂସଦ ସୁରେଶ ପୂଜାରୀ। ଏଥିସହ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶାର କରୋନା ସ୍ଥିତି ସମ୍ଭାଳିବାକୁ କହିଥିଲେ। ୱାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଥିବା ସେ କହିଛନ୍ତି। ତେଣୁ  ଦିଲ୍ଲୀରେ କରୋନା ସ୍ଥିତି […]

suresh1

suresh1

Niharika Rout
  • Published: Monday, 21 September 2020
  • Updated: 21 September 2020, 01:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି। ଓଡ଼ିଶା ସରକାର ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟରେ ପୂରା ବିଫଳ ହୋଇଛନ୍ତି।”

ଓଡ଼ିଶାର କରୋନା ସ୍ଥିତି ନେଇ ଗତକାଲି ଲୋକସଭାରେ ଏମିତି ବର୍ଷିଥିଲେ ସାଂସଦ ସୁରେଶ ପୂଜାରୀ। ଏଥିସହ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶାର କରୋନା ସ୍ଥିତି ସମ୍ଭାଳିବାକୁ କହିଥିଲେ।

ୱାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଥିବା ସେ କହିଛନ୍ତି। ତେଣୁ  ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ କେନ୍ଦ୍ର ସରକାର ଯେଉଁପରି  ଷ୍ଟ୍ରାଟେଜି ଆପଣାଇଲେ ଓଡ଼ିଶାରେ ମଧ୍ୟ ସେପରି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ଏହାବ୍ୟତୀତ ଆଉ ଏକ ଅନୁରୋଧ କରିବାକୁ ଯାଇ କହିଛନ୍ତି, ଥରେ ଜଣେ ରୋଗୀ ମେଡିକାଲରେ ଆଡମିଟ ହେଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହୁଛି, ସୁସ୍ଥ ହେଉଛନ୍ତି ନା ଗୁରୁତର ହେଉଛନ୍ତି, ସେ ସମ୍ପର୍କରେ ପରିବାର ଲୋକ କିଛି ସୂଚନା ପାଇ ନ ପାରୁ ନାହାନ୍ତି। ଫଳରେ ଆଶା ଆଶଙ୍କାରେ ରହୁଛନ୍ତି। ତେଣୁ ମେଡିକାଲ ଭିତରେ ସିସିଟିଭି ଲଗାଗଲେ, ବାହାରେ ଥିବା ସେମାନଙ୍କ ସମ୍ପର୍କୀୟ ଅତି କମ୍‌ରେ ସେମାନଙ୍କ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଜାଣିପାରନ୍ତେ।

ସୂଚନାଯୋଗ୍ୟ, ସାଂସଦ ସୁରେଶ ପୂଜାରୀ ନିଜେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos