୨୪ରେ ପୌର ନିର୍ବାଚନ, ମୁତୟନ ହେବେ ୧୯୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ପୌର ନିର୍ବାଚନ । ମଝିରେ ଆଉ ୨ ଦିନ ।  ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ  । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏନେଇ ନିର୍ବାଚନ କମିଶନର ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୩ଟି ମ୍ୟୁନିସିପାଲ କର୍ପୋରେସନ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ […]

ec

ec

Niharika Rout
  • Published: Monday, 21 March 2022
  • Updated: 21 March 2022, 01:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ପୌର ନିର୍ବାଚନ । ମଝିରେ ଆଉ ୨ ଦିନ ।  ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ  । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ଏନେଇ ନିର୍ବାଚନ କମିଶନର ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୩ଟି ମ୍ୟୁନିସିପାଲ କର୍ପୋରେସନ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନର ଫେବୃଆରୀ ୨୫ ତାରିଖରେ କାର୍ଯ୍ୟସୂଚୀ ଜାରି କରିଥିଲେ। ଏହି ନିର୍ବାଚନରେ ମେୟର ଓ ଚେୟାରପର୍ସନ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲଟି ଓ ଏନଏସିର ୧୬୭୨  ୱାର୍ଡ ଓ ୩ଟି କର୍ପୋରେସନର ୧୬୫  ୱାର୍ଡରେ ନିର୍ବାଚନ ହେବ ।  ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍‌ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ଭୋଟର ମତ ସାବ୍ୟସ୍ତ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।  ଏଥିନିମନ୍ତ ଆବଶ୍ୟକ ପ୍ରସ୍ତୁତି ସରିଛି।

ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ସରିବ ।  ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍‌ରେ ପହଞ୍ଚିଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ  ଭୋଟ ଗଣତି ଚାଲିବ ।

ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାବାଦ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍‌ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ ନ ହେଲେ ସଶସ୍ତ୍ର ପୁଲିସ୍‌ ମୁତୟନ ରହିବେ । ତେଣୁ ନିର୍ଦ୍ଦିଷ୍ଟ ମତଦାନ କେନ୍ଦ୍ରରେ  ସମସ୍ତ ପୌର ଭୋଟର  ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ  ଅନୁରୋଧ କରିଛନ୍ତି ନିର୍ବାଚନ କମିଶନର।

ଏଥିସହ ସେ କହିଛନ୍ତି,  ବ୍ରହ୍ମପୁର କର୍ପୋରେସନର ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ ଓ କର୍ପୋରେସନର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା  ପ୍ରାର୍ଥୀ ନିର୍ଦନ୍ଦରେ ମନୋନୀତ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲ, କାମାକ୍ଷାନଗର ଏନଏସି ଓ ପୁରୁଷୋତ୍ତମ ଏନଏସିର ଗୋଟିଏ ଗୋଟିଏ  ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ଏହା ସଂରକ୍ଷତ ଥିବାରୁ ରାଜ୍ୟ ସରକାର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୟନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story