ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା; ମାମୁ-ଭଣଜା ଗିରଫ

ବାଲିଗୁଡ଼ା(ଅଜିତ ନାୟକ): ଗୁଣିଗାରେଡ଼ି ସନ୍ଦେହରେ ଦାଦାଙ୍କୁ କଟୁରିରେ ହାଣିଲା ପୁତୁରା । ଏଥିରେ ଅଭିଯୁକ୍ତଙ୍କ ସହ  ତାଙ୍କ ମାମୁଙ୍କର ମଧ୍ୟ ସମ୍ପୃକ୍ତି ଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ଏହି  ଚାଞ୍ଚଲ୍ୟକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁଡୁପାଗୁଡ଼ି ଗାଁରେ। ମୃତକଙ୍କ ନାଁ ସୁଦାମ ମଳିକ। ଅଭିଯୁକ୍ତଦ୍ୱୟଙ୍କ ନାଁ ସୁମନ୍ତ ମଲିକ ଓ ତାଙ୍କ ମାମୁ କୁଟୁରୁସା ମଳିକ। ସୁମନ୍ତ ମୃତ ସୁଦାମଙ୍କ ପୁତୁରା । ଜାନୁଆରୀ ୩ ତାରିଖ ସନ୍ଧ୍ୟାରେ ସୁଦାମ ଗାଁ […]

police

police

Jyoshna Pradhan
  • Published: Tuesday, 14 January 2020
  • Updated: 14 January 2020, 10:43 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ଗୁଣିଗାରେଡ଼ି ସନ୍ଦେହରେ ଦାଦାଙ୍କୁ କଟୁରିରେ ହାଣିଲା ପୁତୁରା । ଏଥିରେ ଅଭିଯୁକ୍ତଙ୍କ ସହ  ତାଙ୍କ ମାମୁଙ୍କର ମଧ୍ୟ ସମ୍ପୃକ୍ତି ଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ଏହି  ଚାଞ୍ଚଲ୍ୟକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁଡୁପାଗୁଡ଼ି ଗାଁରେ। ମୃତକଙ୍କ ନାଁ ସୁଦାମ ମଳିକ। ଅଭିଯୁକ୍ତଦ୍ୱୟଙ୍କ ନାଁ ସୁମନ୍ତ ମଲିକ ଓ ତାଙ୍କ ମାମୁ କୁଟୁରୁସା ମଳିକ। ସୁମନ୍ତ ମୃତ ସୁଦାମଙ୍କ ପୁତୁରା ।

ଜାନୁଆରୀ ୩ ତାରିଖ ସନ୍ଧ୍ୟାରେ ସୁଦାମ ଗାଁ ନିକଟ ଜଙ୍ଗଲରେ ଥିବା ଜମି ଜଗିବାକୁ ଯାଇଥିଲେ। କିଛି ସମୟ ମଧ୍ୟରେ ଅଭିଯୁକ୍ତ ପୁତୁରା ସୁମନ୍ତ ଓ ତାଙ୍କ ମାମୁ କୁଟୁରୁସା ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ମିଳିତ ଭାବେ ସୁଦାମଙ୍କୁ କଟୁରିରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ଅଭିଯୁକ୍ତଦ୍ୱୟ ମୃତଶରୀରକୁ ଜଙ୍ଗଲରେ ପୋଡ଼ି ଦେଇଥିଲେ।  ଏକଥା  ବାହାରା ପ୍ରଘଟ ନ କରିବାକୁ ସେମାନେ ମୃତକଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ। ଫଳରେ ସେମାନେ ଭୟଭୀତ ଅବସ୍ଥାରେ ଥିଲେ।

ମୃତ ସୁଦାମଙ୍କ ସାନ ଭାଇ ପ୍ରତାପ ମଳିକ ବାହାରେ ରହୁଥିବା ବେଳେ ଖବର ପାଇ  ଗତ ୧୧ ତାରିଖରେ ବ୍ରାହ୍ମଣୀଗାଁ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ଓ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସାଇଣ୍ଟିଫିକ ଟିମ୍‌ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଗତକାଲି ପୁଲିସ୍‌ ଅଭିଯୁକ୍ତ ପୁତୁରା ଓ ତାଙ୍କ ମାମୁକୁ ଗିରଫ କରି କୋର୍ଟଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos