ମୃତ୍ୟୁ ପୂର୍ବରୁ ଗେଷ୍ଟ ହାଉସ୍‌ରେ ସ୍ମିତାଙ୍କ ସହ କ’ଣ ଘଟିଥିଲା ?

ଯାଜପୁର(ଗୁଲାମ ଗସ୍‌ ): ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ? ୨୪ ଘଣ୍ଟା ପରେ ମଧ୍ୟ ସୁରାଗ୍ ପାଇପାରୁନି ପୁଲିସ। କିନ୍ତୁ ସମସ୍ତଙ୍କ ନଜର କେନ୍ଦ୍ରୀଭୁତ ହୋଇରହିଛି ସରପଞ୍ଚଙ୍କ ସ୍ୱାମୀଙ୍କ ସେହି ବ୍ୟକ୍ତିଗତ ଗେଷ୍ଟହାଉସ୍ ଉପରେ। ଯେଉଁଠିକୁ ଦିନ ଦି’ପହରରେ ଯାଇଥିଲେ ପିଇଓ ଓ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ। ସେପଟେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ପିଇଓଙ୍କ ସ୍ୱାମୀ ଆଶଙ୍କା କରୁଥିବା […]

bvc

bvc

Tapas Behera
  • Published: Thursday, 17 October 2019
  • Updated: 17 October 2019, 09:02 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌ ): ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ? ୨୪ ଘଣ୍ଟା ପରେ ମଧ୍ୟ ସୁରାଗ୍ ପାଇପାରୁନି ପୁଲିସ। କିନ୍ତୁ ସମସ୍ତଙ୍କ ନଜର କେନ୍ଦ୍ରୀଭୁତ ହୋଇରହିଛି ସରପଞ୍ଚଙ୍କ ସ୍ୱାମୀଙ୍କ ସେହି ବ୍ୟକ୍ତିଗତ ଗେଷ୍ଟହାଉସ୍ ଉପରେ। ଯେଉଁଠିକୁ ଦିନ ଦି’ପହରରେ ଯାଇଥିଲେ ପିଇଓ ଓ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ। ସେପଟେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ପିଇଓଙ୍କ ସ୍ୱାମୀ ଆଶଙ୍କା କରୁଥିବା ବେଳେ ପୁଲିସ୍ ଗେଷ୍ଟହାଉସ ମାଲିକ ତଥା ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଅଟକରଖି ତଦନ୍ତ କରୁଛି।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ବ୍ୟକ୍ତିଗତ ଗେଷ୍ଟହାଉସ୍ ରେ ହିଁ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା।

ଭତ୍ତା ଟଙ୍କା ବାଣ୍ଟିବା ସାରିବା ପରେ ସରପଞ୍ଚଙ୍କ ଅନୁପସ୍ଥିତିରେ ମଧ୍ୟାହ୍ନରେ ଏହି ଗେଷ୍ଟ ହାଉସ୍‌କୁ ଯାଇଥିଲେ ସ୍ମିତା। କିନ୍ତୁ ଦୁର୍ଭାଗ୍ୟକୁ ଏହାର କିଛି ଘଣ୍ଟା ପରେ ରହସ୍ୟଜନକ ଭାବେ ମିଳିଲା ସ୍ମିତାଙ୍କ ମୃତଦେହ। ସେପଟେ ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଆଶଙ୍କା କରିବା ସହ କର୍ମକ୍ଷେତ୍ରରେ ଚାପ ପଡ଼ୁଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ମିତାଙ୍କ ଇଂଜିନିୟର ସ୍ୱାମୀ। ବିଭିନ୍ନ ସମୟରେ ବେନିୟମ କାମ କରିବାକୁ ବାଧ୍ୟ କରାଯିବା ସହ ବାରମ୍ବାର ଫୋନ୍ କଲ୍ ଆସୁଥିଲା ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି ।

ତେବେ କାହିଁକି ଏବଂ କେଉଁମାନେ ପିଇଓ ସ୍ମିତାଙ୍କୁ ବାରମ୍ବାର ଫୋନ କରୁଥିଲେ ? ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଗତକାଲି କଣ ଘଟିଲା ସେହି ଗେଷ୍ଟ ହାଉସ୍‌ରେ? ସ୍ମିତାଙ୍କ ସହ ଗେଷ୍ଟହାଉସରେ ଆଉ କେଉଁ ମାନେ ଥିଲେ ? ସ୍ମିତାଙ୍କୁ ମଧ୍ୟାହ୍ନ ଭୋଜନ ଆଳରେ ଡାକି ତାଙ୍କ ସହ କୌଣସି ଅଘଟଣ ଘଟାଇ ନାହାଁନ୍ତି ତ ? ଘଟଣା ପଛରେ ଏବେ ଏମିତି କିଛି ପ୍ରଶ୍ନ ଉଠୁଥିବାବେଳେ ଧର୍ମଶାଳା ବିଜେପି ମହିଳା ମୋର୍ଚ୍ଚା ଅପରାଧର ଗନ୍ଧବାରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିବା ସହ ପୋଲିସ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ସେପଟେ ସରପଞ୍ଚଙ୍କ ସ୍ୱାମୀ ତଥା ଗେଷ୍ଟହାଉସ୍ ମାଲିକ ରୂପେଶ ଭଦ୍ରଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ ।
ସେପଟେ ବ୍ୟବଚ୍ଛେଦ ପରେ ସ୍ମିତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅପେକ୍ଷା, ଏହି ରହସ୍ୟଜନକ ମୃତ୍ୟୁ ପଛର ଗୁମର କେବେ ଖୋଲୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos