ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ କଂଗ୍ରେସର ଧାରଣା, ରାଜ୍ୟପାଳଙ୍କୁ ଭେଟିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଛି। ଏହାସହିତ କଂଗ୍ରେସର ୨୧ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଦାବି କରୁଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଭବନ ସମ୍ମୁଖରେ ଏକ […]

smita-1

Manoranjan Sial
  • Published: Thursday, 31 October 2019
  • , Updated: 31 October 2019, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଛି। ଏହାସହିତ କଂଗ୍ରେସର ୨୧ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଦାବି କରୁଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଭବନ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଓ ବହୁ କର୍ମୀ ଯୋଗ ଦେଇ ସ୍ମିତାରାଣୀ ସନ୍ଦେହଜନକ ମୃତ୍ୟୁର ତଦନ୍ତରେ ଶିଥିଳତା, ସ୍ମିତାରାଣୀ ପରିବାରକୁ ସୁରକ୍ଷା ସହ ନିରପେକ୍ଷ ତଦନ୍ତ ହେଉନଥିବା ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକ ସରକାରରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରିଥିଲେ। ଯେପର୍ଯ୍ୟନ୍ତ ସ୍ମିତାରାଣୀଙ୍କ ପରିବାରବର୍ଗଙ୍କୁ ନ୍ୟାୟ ନମିଳିଛି ଓ ତାଙ୍କର ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ନକରାଯାଇଛି ସେପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ କଂଗ୍ରେସ ଦଳ ଆନ୍ଦୋଳନାତ୍ମକ ପନ୍ଥା ଜାରି ରହିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ସ୍ମିତାରାଣୀଙ୍କ ମୃତ୍ୟୁର ତଦନ୍ତ ପାଇଁ ଦଳର ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିବାବେଳେ କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଓ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ସିବିଆଇ ତଦନ୍ତ ଦାବି ଉପସ୍ଥାପନ କରାଯାଇଥିଲା। ତେବେ ମହିଳା ଆୟୋଗଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ସୁପାରିଶ ଧର୍ମକୁ ଆଖିଠାର ସଦୃଶ ହୋଇଥିବାରୁ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଉଛି।

ଆଜିର ଏହି ଧାରଣା ଓ ପ୍ରତିବାଦ ସଭାରେ ବିଧାୟକ ସୁରେଶ କୁମାର ରାଉତରାୟ,ମହମ୍ମଦ ମୋକିମ୍, ପ୍ରସାଦ ହରିଚନ୍ଦନ, ବିଜୟଲକ୍ଷ୍ମୀ ସାହୁ,ବନ୍ଦିତା ପରିଡା, ସ୍ମୃତିରେଖା ପହି, ରୀତାଶ୍ରୀ ମହାନ୍ତି, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ସ୍ୱାଗତିକା ପଟ୍ଟନାୟକ, ଗିରିବାଳା ବେହେରା, ଶୈଳବାଳା ଜେନା, ଯଜେ୍ଞଶ୍ୱର ବାବୁ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କେଲ, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ଜାନକୀ ମଲ୍ଲିକ, କୈଳାସ ସାହୁ, ଶ୍ରିୟାସ୍ମିତା ପଣ୍ଡା, ଲିଙ୍ଗରାଜ ସାହୁ, କୁଳମଣି ସାହୁ, ଦିନେଶ ପରିଡା, ଅମରେଶ ପରିଡା, ମନୋଜ ରାଉତ, ରଞ୍ଜିତା ରାଉତ, ସତ୍ୟପ୍ରକାଶ ନାୟକ, ଶମ୍ଭୁନାଥ ପାଣିଗ୍ରାହୀ, ଅଜୟ ସାମଲ, ଦୀପକ ମହାପାତ୍ର, ଉମେଶ ଜେନା, ଅମୀୟ ପଟ୍ଟନାୟକ, ଅବଦୁଲ୍ ବାରୀ, ଆଲୋକ ଲେଙ୍କା, ରଜନୀ ମହାନ୍ତି, ସୂର୍ଯ୍ୟକାନ୍ତି ବାଗ, ଆଇନଜୀବୀ ଶିବାନନ୍ଦ ରାୟ, ଶ୍ରୀନାଥ ମିଶ୍ର, କୁସୁମ ପ୍ରଧାନ, ବିଣାପାଣି ସାମଲ, ଜାନକୀ ବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ନିରୁପମା ପାତ୍ର, ବିଶ୍ୱଜିତ୍ ଦାସ, ଅଶୋକ ସାମଲ, ମନୋଜ ମହାପାତ୍ର, ଶୋଭାରାଣୀ ଦାସ, ଶ୍ରୀୟା ସମ୍ବେଦନା, ଜ୍ୟୋତିଷ ସାହୁ, ନରେଶ ମହାନ୍ତି, ନିରଞ୍ଜନ ଦାସ, କନକଲତା ମଲ୍ଲିକ, ଦିପ୍ତିରାଣୀ ପ୍ରଧାନ, ଆରତୀ ସ୍ୱାଇଁ, ଆକାଶ ଭୂୟାଁ, ସନ୍ତୋଷ ନନ୍ଦ, ଦରିଦ୍ର ନାରାୟଣ ନାୟକ, ବିଷ୍ଣୁ ରାଉତ, ଜ୍ଞାନଦେବ ବେହୁରା, ଆଦିତ୍ୟ ପ୍ରିତମ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ପ୍ରାୟ ୩ଘଣ୍ଟା ଧରି ଏହି ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

Related story