ଭୁଲ କାହାର? ଦଣ୍ଡ ଭୋଗୁଛି କିଏ?

ନବରଙ୍ଗପୁର (ନବଘନ ବିଷୋୟୀ): ଭୁଲରେ ବ୍ୟାଙ୍କରେ ଜମା ହୋଇଗଲା ମୃତ୍ୟୁ କାଳୀନ ବୀମା ଟଙ୍କା। ଆଉ ସେହି ଟଙ୍କା ଉଠାଇ ଧାର ଉଧାରୀ ସୁଝିଦେଲେ ସପୁର ହରିଜନ। ଏବେ ଟଙ୍କା ଫେରାଇବାକୁ କହୁଛି ଶ୍ରମ ବିଭାଗ। ଟଙ୍କା ଫେରାଇବାକୁ ଅସମର୍ଥ ହେବାରୁ ଆଜି ତାଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ବାନ୍ଧିଛି ନବରଙ୍ଗପୁର ପୁଲିସ୍‌। ପୂରା ଘଟଣା ଏମିତି। ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ମିରଗାନଗୁଡା ଗାଁର ସପୁର ହରିଜନଙ୍କ […]

Nabarangpur

Nabarangpur

Manoranjan Sial
  • Published: Saturday, 30 July 2022
  • Updated: 30 July 2022, 10:09 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ଭୁଲରେ ବ୍ୟାଙ୍କରେ ଜମା ହୋଇଗଲା ମୃତ୍ୟୁ କାଳୀନ ବୀମା ଟଙ୍କା। ଆଉ ସେହି ଟଙ୍କା ଉଠାଇ ଧାର ଉଧାରୀ ସୁଝିଦେଲେ ସପୁର ହରିଜନ। ଏବେ ଟଙ୍କା ଫେରାଇବାକୁ କହୁଛି ଶ୍ରମ ବିଭାଗ। ଟଙ୍କା ଫେରାଇବାକୁ ଅସମର୍ଥ ହେବାରୁ ଆଜି ତାଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ବାନ୍ଧିଛି ନବରଙ୍ଗପୁର ପୁଲିସ୍‌।

ପୂରା ଘଟଣା ଏମିତି। ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ମିରଗାନଗୁଡା ଗାଁର ସପୁର ହରିଜନଙ୍କ ସ୍ତ୍ରୀ ହେଉଛନ୍ତି ନୀଳା ହରିଜନ। ସେ ଜଣେ ଅଣ କୁଶଳୀ ଶ୍ରମିକ। ସ୍ତ୍ରୀଙ୍କ ମୃତ୍ୟୁ ପରେ ମୃତ୍ୟୁକାଳୀନ ବୀମା ରାଶି ବାବଦକୁ ୨ ଲକ୍ଷ ୫ ହଜାର ଟଙ୍କା ପାଇବା ପାଇଁ ସପୁର ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ଅଫିସ୍‌ରେ ଆବେଦନ କରିଥିଲେ। ଠିକ୍‌ ସେମିତି କେତକୀ ପୂଜାରୀଙ୍କ ସ୍ୱାମୀ ମଧ୍ୟ ମରି ଯାଇଥିଲେ। ତେଣୁ ସେ ମୃତ୍ୟୁ କାଳୀନ ବୀମା ରାଶି ପାଇବା ପାଇଁ ଆବେଦନ କରିଥିଲେ।  ଉଭୟଙ୍କ ବ୍ୟାଙ୍କ ଗୋଟିଏ ହୋଇଥିଲେ ମଧ୍ୟ ଆକାଉଣ୍ଟ ଅଲଗା ଅଲଗା ରହିଛି। ଏହା ସତ୍ତ୍ୱେ ଭୁଲ୍‌ ବସତଃ କେତକୀଙ୍କ ବୀମା ରାଶି ଟଙ୍କା ସପୁରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା।

ବ୍ୟାଙ୍କ ଆକାଉଣ୍ଟରେ ୪ ଲକ୍ଷ ୫ ହଜାର ଟଙ୍କା ଜମା ହୋଇଥିବା ଦେଖି ସୁପର ଉତ୍‌ଫୁଲିତ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସବୁ ଟଙ୍କା ଉଠାଇ ଆଣି ଥିଲା। ପରେ ସେହି ଟଙ୍କାରେ ଧାର ଉଧାର ସୁଝି ଦେଇଥିଲେ। ତେବେ ଟଙ୍କା ଉଠାଣରେ ତାଙ୍କୁ ଆକାଶ ଦାନ ଓ ସାହିଲ୍‌ ଭତ୍ରା ସହଯୋଗ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସପୁର ସେମାନଙ୍କୁ କିଛି ଅର୍ଥ ଦେଇଥିବା ଆଲୋଚନା ହେଉଛି।

ଅନ୍ୟପକ୍ଷରେ କେତକୀ ବୀମା ଟଙ୍କା ପାଇନଥିବା ନେଇ ମଣ୍ଡଳ ଶ୍ରମ ଆଯୁକ୍ତ କୁବେର ବେହେରାଙ୍କ ପାଖରେ ଅଭିଯୋଗ କରିଥିଲେ। କେତକୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ସପୁରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡ଼ିଥିଲା। ଏହା ପରେ ସପୁରଙ୍କୁ ଡାକି ନେଇଥିବା ଟଙ୍କା ଫେରାଇବାକୁ କୁହାଯାଇଥିଲା। ସେ ମଧ୍ୟ ଟଙ୍କା ଫେରାଇବ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଟଙ୍କା ଫେରାଇ ନଥିଲା।

ମଣ୍ଡଳ ଶ୍ରମ ଆଯୁକ୍ତ କୁବେର ବେହେରା ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନବରଙ୍ଗପୁର ପୁଲିସ୍‌ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସପୁର ହରିଜନ ଓ ତାଙ୍କ ସହଯୋଗୀ ଆକାଶ ଦାନ ଓ ସାହିଲ ଭତ୍ରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେପଟେ ଗିରଫ ପୂର୍ବରୁ ଶ୍ରମ ବିଭାଗ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସପୁର ହରିଜନ। ସେ କହିଛନ୍ତି, ନବରଙ୍ଗପୁର ଶ୍ରମ କାର୍ଯ୍ୟାଳୟର ୫ ଜଣ କର୍ମଚାରୀ ଆସି ଲକ୍ଷେ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଜେଲ୍‌ ପଠାଇ ଦେବେ ବୋଲି ଧମକ ଦେଇଥିଲେ। ଧାର ଉଧାର କରି ସେମାନଙ୍କୁ ଟଙ୍କା ଦେଇଥିଲି। ସେମାନଙ୍କ ଭିତରୁ ଜଣେ ୫୦ ହଜାର ଟଙ୍କା ଫେରାଇଥିଲା ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ସେମାନେ ମୋତେ ଡାକି ୪ ଲକ୍ଷ ଟଙ୍କା ଦେଇଥିଲେ। ସେହି ଟଙ୍କା ଉଠାଇ ଧାର ଉଧାର ସୁଝି ଥିଲି। ଏବେ କହୁଛନ୍ତି ଟଙ୍କା ଫେରାଅ। ଟଙ୍କା କେଉଁଠୁ ଆଣିବି? ମୋର ଆଜ୍ଞା କିଛି ଭୁଲ୍‌ ନାହିଁ ବୋଲି ସେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ସରକାରୀ ବିଧି ବ୍ୟବସ୍ଥା ଭିତରେ କେମିତି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେଲା ଏତେ ପରିମାଣର ଟଙ୍କା? ଏଥିରେ କଣ କୌଣସି ସରକାରୀ ଅଧିକାରୀଙ୍କ ହାତ ନାହିଁ? ଯଦି ନାହିଁ, ତାହାହେଲେ ଲକ୍ଷେ ମାଗିଥିବା ସେହି ୫ ବ୍ୟକ୍ତି କିଏ? ପୁଲିସ ସେମାନଙ୍କୁ ଚିହ୍ନଟ କଲାଣି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story