ନବୋଦୟ ବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ମାମଲା: ନିର୍ଯାତନା ଦେଇଥିବା ଅଭିଯୋଗରେ ଶିକ୍ଷକ ଗିରଫ

ରାୟଗଡା: ଗତ ଜୁଲାଇ ୨୧ ତାରିଖରେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର କେଦାରନାଥ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ପୋଲିସ‍୍‌ ସ୍କୁଲର ଗଣିତ ଶିକ୍ଷକ ଯଶୋବନ୍ତ ସାହୁଙ୍କୁ ଗିରଫ କରିଛି। ଘଟଣା ଦିନ ହୋମୱାର୍କ ନ କରିଥିବା ଯୋଗୁ ଗଣିତ ଶିକ୍ଷକ ସାହୁ ମୃତ କେଦାରନାଥଙ୍କୁ ମାଡ ମାରିଥିଲେ। ଏହାକୁ ନେଇ କେଦାରନାଥ ଉକ୍ତ ଦିନ ସନ୍ଧ୍ୟାରେ କ୍ଲାସ ରୁମ ଭିତରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଦେଇଥିଲେ । […]

Accused Photo

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 11:39 AM IST

ରାୟଗଡା: ଗତ ଜୁଲାଇ ୨୧ ତାରିଖରେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର କେଦାରନାଥ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ପୋଲିସ‍୍‌ ସ୍କୁଲର ଗଣିତ ଶିକ୍ଷକ ଯଶୋବନ୍ତ ସାହୁଙ୍କୁ ଗିରଫ କରିଛି। ଘଟଣା ଦିନ ହୋମୱାର୍କ ନ କରିଥିବା ଯୋଗୁ ଗଣିତ ଶିକ୍ଷକ ସାହୁ ମୃତ କେଦାରନାଥଙ୍କୁ ମାଡ ମାରିଥିଲେ। ଏହାକୁ ନେଇ କେଦାରନାଥ ଉକ୍ତ ଦିନ ସନ୍ଧ୍ୟାରେ କ୍ଲାସ ରୁମ ଭିତରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଦେଇଥିଲେ । ପ୍ରଥମେ ପୋଲିସ‍୍‌ ପାରିପାର୍ଶ୍ୱିକ ସ୍ଥିତିରୁ ପ୍ରେମ ଜନିତ ଆତ୍ମହତ୍ୟା ଅନୁମାନ କରାଯାଉଥିଲା । ପରବର୍ତ୍ତି ସମୟରେ ତଦନ୍ତରୁ ସମ୍ପୃକ୍ତ ଶିକ୍ଷକ ଛାତ୍ରଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଘଟଣା ସମ୍ପର୍କରେ ପ୍ରମାଣ ମିଳିଥିଲା । ଏହାକୁ ଭିତ୍ତିକରି ପୋଲିସ‍୍‌ ଶିକ୍ଷକ ଯଶୋବନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି ।

Related story