ନକଲି ବିଲ ଦେଇ ଠକେଇ : ଆପୋଲୋ ହସ୍ପିଟାଲର ଦୁଇ ଅଧିକାରୀ ଗିରଫ

ଭୁବନେଶ୍ୱର: ନକଲି ମେଡିକାଲ ବିଲ୍ ଦେଇ ନାଲକୋ କମ୍ପାନୀକୁ ଠକିବା ଘଟଣାରେ ଆପୋଲୋ ହସ୍ପିଟାଲର ଦୁଇ ଅଧିକାରୀ ଗିରଫ ହୋଇଛନ୍ତି। ନାଲକୋ କମ୍ପାନିର ଅଭିଯୋଗ ଆଧାରରେ ସହିଦ ନଗର ପୋଲିସ ଆପୋଲୋ ହସ୍ପିଟାଲର ଡିଜିଏମ୍ ଫାଇନାନ୍ସ ଏବଂ ଜୁନିୟର୍ ବିଲିଂ ସୁପରଭାଇଜରଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ନାଲକୋ କମ୍ପାନିର ଜଣେ କର୍ମଚାରୀଙ୍କ ମା’ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ଚିକିତ୍ସା ଖର୍ଚ୍ଚ ବାବଦକୁ ଆପୋଲୋ ହସପିଟାଲ ପକ୍ଷରୁ ନାଲୋକକୁ ୪ ଲକ୍ଷ ୨୦ ହଜାର ୨୫୫ […]

vlcsnap-2015-08-09-08h08m01s809 - Copy

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 02:42 AM IST

ଭୁବନେଶ୍ୱର: ନକଲି ମେଡିକାଲ ବିଲ୍ ଦେଇ ନାଲକୋ କମ୍ପାନୀକୁ ଠକିବା ଘଟଣାରେ ଆପୋଲୋ ହସ୍ପିଟାଲର ଦୁଇ ଅଧିକାରୀ ଗିରଫ ହୋଇଛନ୍ତି। ନାଲକୋ କମ୍ପାନିର ଅଭିଯୋଗ ଆଧାରରେ ସହିଦ ନଗର ପୋଲିସ ଆପୋଲୋ ହସ୍ପିଟାଲର ଡିଜିଏମ୍ ଫାଇନାନ୍ସ ଏବଂ ଜୁନିୟର୍ ବିଲିଂ ସୁପରଭାଇଜରଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ନାଲକୋ କମ୍ପାନିର ଜଣେ କର୍ମଚାରୀଙ୍କ ମା' ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ଚିକିତ୍ସା ଖର୍ଚ୍ଚ ବାବଦକୁ ଆପୋଲୋ ହସପିଟାଲ ପକ୍ଷରୁ ନାଲୋକକୁ ୪ ଲକ୍ଷ ୨୦ ହଜାର ୨୫୫ ଟଙ୍କାର ବିଲ୍ ଦିଆଯାଇଥିଲା। ଏହାପରେ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା'ର ସବିଶେଷ ବିବରଣୀ ଦେବାକୁ ନାଲକୋ ପକ୍ଷରୁ ଆପୋଲୋ ହସପିଟାଲକୁ କୁହାଯାଇଥିଲା। କିନ୍ତୁ ଆପୋଲୋ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଥିଲା, ସେଥିରେ ସନ୍ଦେହ ପ୍ରକାଶ କରି ନାଲକୋ କର୍ତ୍ତୃପକ୍ଷ ଭୁବନେଶ୍ୱର ସହିଦ୍ ନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ତଦନ୍ତ କରି ଫଲ୍ସ ବିଲ୍ କରି ଏଭଳି ଠକେଇ ହୋଇଥିବା ଜାଣିବାକୁ ପାଇବା ସହ ଏଥିରେ ସଂପୃକ୍ତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି।

Related story