ଅଗ୍ନିକାଣ୍ଡରେ ଆହତ ହୋଇଥିବା କର୍ମଚାରୀଙ୍କୁ ଭେଟିଲେ ନାଲ୍‌କୋ ଅଧ୍ୟକ୍ଷ

ଅନୁଗୁଳ: ନାଲକୋ ଅନୁଗୁଳ ସ୍ମେଲଟର୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଟିକିତ୍ସାଧୀନ କର୍ମଚାରୀଙ୍କୁ ନାଲକୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ୍ ଡାକ୍ତରଖାନାରେ ଦେଖା କରି ସମ୍ୱେଦନା ପ୍ରକାଶ କରିଛନ୍ତି। ଏହା ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରି ଉତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବା ସହିତ ଆହତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଭେଟି ଚିକିତ୍ସାର ସମସ୍ତ ଖର୍ଚ୍ଚ ନାଲକୋ ବହନ କରିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଗତକାଲି ନାଲକୋ ସ୍ମେଲଟର୍ ପ୍ଲାଣ୍ଟରେ ଆକସ୍ମିକ […]

nalco

Puspanjali Panda
  • Published: Wednesday, 24 July 2019
  • , Updated: 24 July 2019, 02:57 PM IST

ଅନୁଗୁଳ: ନାଲକୋ ଅନୁଗୁଳ ସ୍ମେଲଟର୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଟିକିତ୍ସାଧୀନ କର୍ମଚାରୀଙ୍କୁ ନାଲକୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ୍ ଡାକ୍ତରଖାନାରେ ଦେଖା କରି ସମ୍ୱେଦନା ପ୍ରକାଶ କରିଛନ୍ତି।

ଏହା ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରି ଉତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବା ସହିତ ଆହତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଭେଟି ଚିକିତ୍ସାର ସମସ୍ତ ଖର୍ଚ୍ଚ ନାଲକୋ ବହନ କରିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ଗତକାଲି ନାଲକୋ ସ୍ମେଲଟର୍ ପ୍ଲାଣ୍ଟରେ ଆକସ୍ମିକ ଭାବରେ ବିଦ୍ୟୁତଜନିତ ଫ୍ଲାସ୍ଓଭର ଯୋଗୁ ଅଘଟଣ ଘଟିଥିଲା। ଏଥିରେ ଜଣେ କର୍ମଚାରୀ, ଜଣେ ଠିକା କର୍ମଚାରୀ ଏବଂ ଦୁଇ ଜଣ ଆପ୍ରେଣ୍ଟିସ୍ ଆହତ ହୋଇଥିଲେ।

କିନ୍ତୁ ଉପଯୁକ୍ତ ସମୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଯୋଗୁଁ ଅଗ୍ମିକାଣ୍ଡକୁ ଆୟତ୍ତ କରାଯାଇଥିଲା। ତେବେ କିପରି ଏହି ଅଗ୍ନିକାଣ୍ଡ ହେଲା ଏହାର କାରଣ ଜାଣିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି।

Related story