ପଥରକୁ ଜୀବନ ଦେଉଥିବା ମଣିଷ ପାଇଁ ଏବେ ଜୀବନ ପଡ଼ିଛି ଅଭାବ

ନୀଳଗିରି (ଓଡ଼ିଶା ରିପୋର୍ଟର): ଜୀବନ ଜିଇଁବାର ଇଚ୍ଛା। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ନିହାଣ ମୁନରେ ପଥରକୁ ଜୀବନ୍ତ କରୁଥିବା ଶିଳ୍ପୀ ନାରାୟଣ ପରିଡ଼ା ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଯକ୍ଷ୍ମା ରୋଗରେ ଫୁସଫୁସ ଖରାପ ହେବା ପରେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି।

ବାଲେଶ୍ୱର ଜିଲ୍ଲା ବଉଲଗଡ଼ିଆ ଗାଁର ପଥର ଶିଳ୍ପୀ ନାରାୟଣ ପରିଡ଼ା। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ଘରର ଜମି ବିକ୍ରୀ କରିଦେଇଛନ୍ତି। ହେଲେ କିଛି ଲାଭ ମିଳିନି। ଯକ୍ଷ୍ମା ପରେ ଏବେ ଫୁସଫୁସ ଖରାପ ହୋଇଯିବାରୁ ସମସ୍ୟା ଆହୁରି ବଢ଼ି ଯାଇଛି। ନିଶ୍ୱାସ-ପ୍ରଶ୍ୱାସରେ ଅସୁବିଧା ଯୋଗୁଁ ଗତ ୩ ବର୍ଷ ହେଲା ଅମ୍ଳଜାନ ସିଲିଣ୍ଡରର ସହାୟତା ନେଇଛନ୍ତି। ଏଥିପାଇଁ ପ୍ରତିଦିନ ୯୦୦ ଟଙ୍କା ଖର୍ଚ୍ଚ ହେଉଛନ୍ତି। ଏହାକୁ ନେଇ ପରିବାର ଲୋକେ ଚାନ୍ତାରେ ରହିଛନ୍ତି। ଘରର ଏକମାତ୍ର ରୋଜଗାରିଅ ପୁଅ ନାରାୟଣ ରୋଗରେ ପଡ଼ିଥିବାରୁ ମାଆ ପର ଘରେ କାମ କରୁଛନ୍ତି। ସେଥିରୁ ଯାଉ ଉପାର୍ଜନ କରୁଛନ୍ତି, ସେଥିରେ ଚଳୁଛି ପରିବାର।

୧୯୯୯ ମସିହାରେ ନାରାୟଣ ମୂର୍ତ୍ତି ତିଆରି ପାଇଁ ରାଜସ୍ଥାନ ଯାଇଥିଲେ। ଭାଗ୍ୟର ବିଡ଼ମ୍ବନା, ପଥର ଖୋଦି ସୁନ୍ଦର ମୂର୍ତ୍ତି ତିଆରି କରୁଥିବା ନାରାୟଣ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ସେଠାରେ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ପରେ ମଧ୍ୟ କିଛି ଉନ୍ନତି ନଘଟିବାରୁ ଶେଷରେ ଘରକୁ ଫେରି ଆସିଲେ। ହେଲେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସରକାରୀ କି କୌଣସି ବଦାନ୍ୟ ବ୍ୟକ୍ତିର ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ।

Ordigital Desk
• Published: Sunday, 24 December 2017
• Updated: 24 December 2017, 07:00 PM IST

Sports

Latest News

ନୀଳଗିରି (ଓଡ଼ିଶା ରିପୋର୍ଟର): ଜୀବନ ଜିଇଁବାର ଇଚ୍ଛା। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ନିହାଣ ମୁନରେ ପଥରକୁ ଜୀବନ୍ତ କରୁଥିବା ଶିଳ୍ପୀ ନାରାୟଣ ପରିଡ଼ା ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଯକ୍ଷ୍ମା ରୋଗରେ ଫୁସଫୁସ ଖରାପ ହେବା ପରେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି।

ବାଲେଶ୍ୱର ଜିଲ୍ଲା ବଉଲଗଡ଼ିଆ ଗାଁର ପଥର ଶିଳ୍ପୀ ନାରାୟଣ ପରିଡ଼ା। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ଘରର ଜମି ବିକ୍ରୀ କରିଦେଇଛନ୍ତି। ହେଲେ କିଛି ଲାଭ ମିଳିନି। ଯକ୍ଷ୍ମା ପରେ ଏବେ ଫୁସଫୁସ ଖରାପ ହୋଇଯିବାରୁ ସମସ୍ୟା ଆହୁରି ବଢ଼ି ଯାଇଛି। ନିଶ୍ୱାସ-ପ୍ରଶ୍ୱାସରେ ଅସୁବିଧା ଯୋଗୁଁ ଗତ ୩ ବର୍ଷ ହେଲା ଅମ୍ଳଜାନ ସିଲିଣ୍ଡରର ସହାୟତା ନେଇଛନ୍ତି। ଏଥିପାଇଁ ପ୍ରତିଦିନ ୯୦୦ ଟଙ୍କା ଖର୍ଚ୍ଚ ହେଉଛନ୍ତି। ଏହାକୁ ନେଇ ପରିବାର ଲୋକେ ଚାନ୍ତାରେ ରହିଛନ୍ତି। ଘରର ଏକମାତ୍ର ରୋଜଗାରିଅ ପୁଅ ନାରାୟଣ ରୋଗରେ ପଡ଼ିଥିବାରୁ ମାଆ ପର ଘରେ କାମ କରୁଛନ୍ତି। ସେଥିରୁ ଯାଉ ଉପାର୍ଜନ କରୁଛନ୍ତି, ସେଥିରେ ଚଳୁଛି ପରିବାର।

୧୯୯୯ ମସିହାରେ ନାରାୟଣ ମୂର୍ତ୍ତି ତିଆରି ପାଇଁ ରାଜସ୍ଥାନ ଯାଇଥିଲେ। ଭାଗ୍ୟର ବିଡ଼ମ୍ବନା, ପଥର ଖୋଦି ସୁନ୍ଦର ମୂର୍ତ୍ତି ତିଆରି କରୁଥିବା ନାରାୟଣ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ସେଠାରେ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ପରେ ମଧ୍ୟ କିଛି ଉନ୍ନତି ନଘଟିବାରୁ ଶେଷରେ ଘରକୁ ଫେରି ଆସିଲେ। ହେଲେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସରକାରୀ କି କୌଣସି ବଦାନ୍ୟ ବ୍ୟକ୍ତିର ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos