ଜାତୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ରାଉରକେଲାର ଅଗ୍ରଣୀ କ୍ରୀଡ଼ା ସଙ୍ଗଠନ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ସଙ୍ଗଠନର ସଭାପତି ତଥା ବରିଷ୍ଠ ଶିକ୍ଷାବୀତ୍‌ ରଶ୍ମିତ ସାହାଣୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଖେଳାଳି ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କ୍ରିକେଟର ରବି ପଣ୍ଡା, ଭାରୋତ୍ତୋଳକ ମଧୁଲିତା […]

sports-day

sports-day

Ranjit Kumar Jena
  • Published: Tuesday, 31 August 2021
  • Updated: 31 August 2021, 04:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ରାଉରକେଲାର ଅଗ୍ରଣୀ କ୍ରୀଡ଼ା ସଙ୍ଗଠନ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ସଙ୍ଗଠନର ସଭାପତି ତଥା ବରିଷ୍ଠ ଶିକ୍ଷାବୀତ୍‌ ରଶ୍ମିତ ସାହାଣୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଖେଳାଳି ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ କ୍ରିକେଟର ରବି ପଣ୍ଡା, ଭାରୋତ୍ତୋଳକ ମଧୁଲିତା ରାଉତ, ବକ୍ସର ସପନ ଦେ, ଫୁଟବଲର କିଶୋର ଦାସ, ବାସ୍କେଟ ବଲ ଓ ହ୍ୟାଣ୍ଡ ବଲ ଖେଳାଳି ରାକେଶ ମିଶ୍ର, ବଡିବିଲ୍ଡର ଅଶୋକ ପଟ୍ଟନାୟକ, କ୍ରୀଡ଼ା ସଂଗଠକ ମୋହନ ଦାସ ପ୍ରମୁଖଙ୍କ ବିୟୋଗରେ ସେମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିରେ ସ୍ୱତନ୍ତ୍ର ଅଥିଭାବେ ଅନ୍ତର୍ଜାତୀୟ କବାଡି ରେଫରୀ ଅରବିନ୍ଦ ପାତ୍ର ଯୋଗଦେଇ କ୍ରୀଡ଼ା ଦିବସ ପାଳନ ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ କହିଥିଲେ।

ଅନ୍ୟମାଣଙ୍କ ମଧ୍ୟରେ ସଙ୍ଗଠନର ସମ୍ପାଦକ ସୁଶାନ୍ତ ବେହେରା, ସଙ୍ଗଠନ ସମ୍ପାଦକ ସତ୍ୟରଞ୍ଜନ ପଣ୍ଡା, ଆଇନ ଉପଦେଷ୍ଟା ଧୀରେନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ସାହାଣି କ୍ରୀଡ଼ା ଦିବସ ପାଳନ ଓ ମେଜର ଧ୍ୟାନ ଚାନ୍ଦଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଧ୍ୟାନଚାନ୍ଦଙ୍କର ୧୧୬ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସଙ୍ଗଠନର ଯୁଗ୍ମ କୋଷାଧ୍ୟକ୍ଷ ଏମ ମଧୁରବାଣୀ, ଅନ୍ତର୍ଜାତୀୟ ସାଇକ୍ଲିଂ ଅଫିସିଆଲ ନୃସିଂହ ଚରଣ ସାହୁ ପ୍ରମୁଖ କ୍ରୀଡ଼ା ଦିବସ ଉପଲକ୍ଷେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମେରୀ ପୂର୍ତ୍ତି, ସୋନମ ପୂର୍ତ୍ତି, ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ, ମାଷ୍ଟର ଆଥଲେଟ ଅଶୋକ ବିଶ୍ୱାଳ, ସିଲଭେଷ୍ଟାର ଡାଏସ, ତୁଷାର ତନ୍ମୟ ସ୍ୱାଇଁ, ଆୟୂଷ ଆଚାର୍ଯ୍ୟ, ବେସବଲ ଖେଳାଳି ସୁସ୍ମିତା ଚାରଦିଆ, କେଶବତୀ ମୋଦୀ, ଅଞ୍ଜଳି ପୂର୍ତ୍ତି, କସୀମା ତିର୍କୀ, କୌଶଲ୍ୟା ତିର୍କୀ, ସଫ୍ଟବଲ ଖେଳାଳି ଅନୁ ଓରାମ ଆଦି ଉପସ୍ଥିତ ଥିଲା। କରୋନା କଟକଣା ନିୟମ ମଧ୍ୟରେ ପାଳିତ ଏହି କାର୍ଯ୍ୟକ୍ରମକୁ ପାନପୋଷ କ୍ରୀଡ଼ା ସଙ୍ଗଠନର ଉପସଭାପତି ମହେନ୍ଦ୍ର ମିଶ୍ର ସଞ୍ଚାଳନ କରିଥିଲା ବେଳେ ଅନ୍ୟତମ ସଦସ୍ୟ ରାଜେଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos