ନବୀନ କ୍ଷମତାବିରୋଧୀ ହାୱାର ସମ୍ମୁଖୀନ ହେଉଛନ୍ତି: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ ନିଜର ରାଜନୀତିକ ଭୂମିକାକୁ ନେଇ ଏପର୍ଯ୍ୟନ୍ତ କାର୍ଡ ଖୋଲିନଥିବା ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣିଥରେ ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ଏକ ସାକ୍ଷାତକାର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ- “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନିଜେ କ୍ଷମତାବିରୋଧୀ ହାୱାର ସମ୍ମୁଖୀନ ହେଉଛନ୍ତି। ଗତଥର ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ଓ ଅକ୍ଲାନ୍ତ ପ୍ରଚାର, କେତେକ […]

NAVEEN-FACING-ANTI-INCUMBENCY-WAVE-SAYS-FORMER-MP-BAIJAYANT-PANDA-111

Manoranjan Sial
  • Published: Friday, 22 February 2019
  • Updated: 22 February 2019, 11:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ ନିଜର ରାଜନୀତିକ ଭୂମିକାକୁ ନେଇ ଏପର୍ଯ୍ୟନ୍ତ କାର୍ଡ ଖୋଲିନଥିବା ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣିଥରେ ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି।

‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ଏକ ସାକ୍ଷାତକାର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ- “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନିଜେ କ୍ଷମତାବିରୋଧୀ ହାୱାର ସମ୍ମୁଖୀନ ହେଉଛନ୍ତି। ଗତଥର ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ଓ ଅକ୍ଲାନ୍ତ ପ୍ରଚାର, କେତେକ ସିଟ୍‌ରେ ବିଜେଡିକୁ ସ୍ୱଳ୍ପ ବ୍ୟବଧାନରେ ବିଜୟୀ କରାଇଥିଲା। ମାତ୍ର ଏଥର ନିର୍ବାଚନରେ ବିଜେଡି ଅଧିକ ସିଟ୍‌ରେ ଜିତିବା ସେତେଟା ସହଜ ହେବନି। ନବୀନଙ୍କ ତୁଳନାରେ ତାଙ୍କ ଦଳ ବିଜେଡିର ଲୋକପ୍ରିୟତା ଢ଼େର କମ୍‌ ରହିଛି।

ବିଭିନ୍ନ ଓପିନିଅନ୍ ପୋଲ୍‌ରେ ବିଜେଡିର ଲୋକପ୍ରିୟତା ଦ୍ରୁତ ଗତିରେ ଖସିବାରେ ଲାଗିଛି। ଯଦିଓ ଏବେ ରାଜ୍ୟରେ ନବୀନଙ୍କ ପାଇଁ ଗୁଡ୍‌ୱିଲ୍ ରହିଛି, ତଥାପି ଗତ ୧୯ ବର୍ଷ ମଧ୍ୟରେ ତାଙ୍କର ଲୋକପ୍ରିୟତା ସବୁଠୁ ନିମ୍ନସ୍ତରକୁ ଖସି ଆସିଛି। ଗତ ୫ବର୍ଷ ମଧ୍ୟରେ ନବୀନ ଗୋଟିଏ ନୂଆ ଗୋଷ୍ଠୀକୁ ସବୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଯେଉଁମାନେ ଦଳ ଗଠନ ସମୟରେ ନଥିଲେ। ଜଣେ କିମ୍ବା ଦୁଇଜଣ ଲୋକ ଏବେ ସବୁ କଥା ବୁଝୁଛନ୍ତି ଯେଉଁମାନଙ୍କର ସାଧାରଣ ଲୋକଙ୍କ ପ୍ରତି କୌଣସି ଉତ୍ତରଦାୟିତ୍ୱ ନାହିଁ।

ଦୀର୍ଘଦିନ ଧରି ନବୀନ ରାଜନୀତିକ କ୍ଷମତା ଉପଭୋଗ କରିବା ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ନବୀନଙ୍କ ଭାବମୂର୍ତ୍ତିକୁ ନାଟକୀୟ ଢଙ୍ଗରେ ବିକଶିତ କରାଯାଇଥିଲା। ବିଜେଡି ନିଜର ପ୍ରଥମ ଦୁଇ ଥରର ଶାସନ କାଳ ଭିତରେ ଦୁର୍ନୀତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ୧୯୮୦-୯୦ ମସିହା ମଧ୍ୟରେ ଓଡ଼ିଶାକୁ ବହୁ ପରିମାଣର ଅପରାଧ ଓ ଦୁର୍ନୀତି ଅତିଷ୍ଠ କରିଥିଲା। ସେହି ସମୟରେ ନବୀନ ଏକ ତାଜା ହାୱା ଭଳି ରାଜନୀତିକୁ ଆସି କ୍ଷମତାସୀନ ହେଲେ। ଦୁର୍ନୀତି ପାଇଁ ନିଜର କ୍ୟାବିନେଟ ସହଯୋଗୀଙ୍କୁ ବିଦା କରିବା, ଆଇଏଏସ ଅଫିସରଙ୍କୁ ଗିରଫ କରିବା ଓ ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ଗିରଫ କରିବା ଆଦି ପଦକ୍ଷେପ ହିଁ ତାଙ୍କର ଭାବମୂର୍ତ୍ତିକୁ ‘ମିଷ୍ଟର କ୍ଲିନ୍ ’ ଭାବେ ଗଢ଼ି ତୋଳିଥିଲା। କିନ୍ତୁ ଗତ ୫ବର୍ଷ ମଧ୍ୟରେ ବିଜେଡିରେ ବିପର୍ଯ୍ୟୟ ଦେଖାଦେଇଛି।

ରାଜନୀତିକ ଭୂମିକା ପ୍ରସଙ୍ଗ: ସେହିପରି ନିଜର ରାଜନୀତିକ ଭୂମିକା ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି ଯେ, “ମୋର ନିଷ୍ପତ୍ତି ଶେଷ ପର୍ଯ୍ୟାୟରେ ରହିଛି। ଅନେକ ଲୋକ ଆକଳନ କରୁଥିଲେ ବିଜେଡି ଛାଡ଼ିବା ପରେ ସଙ୍ଗେସଙ୍ଗେ କୌଣସି ଏକ ନିର୍ଦ୍ଦିଷ୍ଟ ଦଳରେ ଯୋଗ ଦେବି। କିନ୍ତୁ ତାହା ହେଲାନି। ୭ ମାସ ହୋଇଗଲାଣି। ଓଡ଼ିଶା ପାଇଁ ଯାହା ଭଲ ହେବ ମୋର ନିଷ୍ପତ୍ତି ସେହି ଆଧାରରେ ହେବ। ଯିଏବି ହିଂସା ଓ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଆଗ୍ରହୀ ହେବେ, ମୁଁ ସେମାନଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି। ନୂଆ ରାଜନୀତିକ ଦଳ ଗଠନ କରିବା ଛୋଟ କଥା ନୁହେଁ। ଓଡ଼ିଶାରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ମୁଁ ନୂଆ ଦଳ ଗଠନର ବିକଳ୍ପ ଗ୍ରହଣ କରେ ବୋଲି ଚାହୁଁଛନ୍ତି। ଆମେ ଏସବୁ ଦିଗକୁ ଅନ୍ୱେଷଣ କରୁଛୁ ଓ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନୁ।”

ଏସବୁ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଶ୍ରୀ ପଣ୍ଡା ଏହି ସାକ୍ଷାତକାରରେ ନିଜର ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story